2
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ ଏହି ଉପଲବ୍ଧି ପାଇଁ ଜିଲ୍ଲାପାଳଙ୍କ ମାର୍ଗଦର୍ଶନକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଜିଲ୍ଲାକୁ ଏକ ନମ୍ବର ସ୍ଥାନରେ ପହଞ୍ଚାଇବାକୁ ସଂକଳ୍ପବଦ୍ଧ ବୋଲି କହିଛନ୍ତି।
Table of Contents
ନୂଆପଡ଼ା -୨୩/୪- ନୂଆପଡ଼ା ଜିଲ୍ଲା ପାଇଁ ଏକ ଗୌରବର ବିଷୟ। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ସଫଳ କାର୍ଯ୍ୟାନ୍ୱୟନ ପାଇଁ ନୂଆପଡ଼ା ଜିଲ୍ଲାକୁ ‘ରାଜ୍ୟ ପଞ୍ଚାୟତ ପୁରସ୍କାର ୨୦୨୫-୨୬’ ପାଇଁ ମନୋନୀତ କରାଯାଇଛି। ରାଜ୍ୟସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଥିବା ଏହି ଜିଲ୍ଲାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ କରାଯିବ।
ପୁରସ୍କାର ଓ ସମ୍ମାନ
ଆସନ୍ତାକାଲି ଅର୍ଥାତ୍ ୨୪ ଅପ୍ରେଲ ୨୦୨୬ ‘ଜାତୀୟ ପଞ୍ଚାୟତିରାଜ ଦିବସ’ ଅବସରରେ ବଲାଙ୍ଗିରଠାରେ ଏକ ଭବ୍ୟ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଜିଲ୍ଲା ପରିଷଦକୁ ପୁରସ୍କାର ସ୍ୱରୂପ ମାନପତ୍ର ସହ ୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବେ।
ସଫଳତାର ମୁଖ୍ୟ କାରଣ ହେଲା
ଗତ ଆର୍ଥିକ ବର୍ଷରେ ଜିଲ୍ଲା ପ୍ରଶାସନର କେତେକ ଦୃଢ଼ ପଦକ୍ଷେପ ଯୋଗୁଁ ଏହି ସଫଳତା ସମ୍ଭବ ହୋଇଛି ।
କର୍ମନିଯୁକ୍ତି ସୃଷ୍ଟି ରେ ଜିଲ୍ଲା ର ଗ୍ରାମାଞ୍ଚଳରେ ଶ୍ରମିକମାନଙ୍କୁ ବ୍ୟାପକ କାମ ଯୋଗାଇଦେବା ଓ
ସମୟାନୁବର୍ତ୍ତୀ ମଜୁରୀ କାର୍ଯ୍ୟ ସମାପ୍ତ ପରେ ଧାର୍ଯ୍ୟ ସମୟ ମଧ୍ୟରେ ଶ୍ରମିକଙ୍କୁ ପ୍ରାପ୍ୟ ପ୍ରଦାନ କରିବା। ଜଳ ସଂରକ୍ଷଣ ପ୍ରକଳ୍ପ ଓ ଗ୍ରାମୀଣ ଭିତ୍ତିଭୂମିର ସୁଦୃଢ଼ୀକରଣ। ଯୋଜନାର ସ୍ୱଚ୍ଛତା ଓ ପ୍ରଶାସନିକ ଦକ୍ଷତା।
ଏହି ସଫଳତା ହେଉଛି ‘ଟିମ୍ ନୂଆପଡ଼ା’ ର ମିଳିତ ପ୍ରୟାସ। ସମସ୍ତ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଏବଂ ବିଶେଷ କରି ମନରେଗା ଶ୍ରମିକମାନଙ୍କ ନିଷ୍ଠା ଯୋଗୁଁ ଜିଲ୍ଲା ଆଜି ରାଜ୍ୟସ୍ତରରେ ସମ୍ମାନିତ ହେବାକୁ ଯାଉଛି।
— ମଧୁସୂଦନ ଦାଶ, ଜିଲ୍ଲାପାଳ, ନୂଆପଡ଼ା
’