
ନୂଆପଡ଼ା -୬/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଉପନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର। ଆଜି ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମଧୁସୁଦନ ଦଶ ଆସନ୍ତା ୧୧ ନଭେମ୍ବର ୨୦୨୫ ରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବ ଓ ୧୪ ନଭେମ୍ବର ୨୦୨୫ ରେ ଭୋଟ୍ ଗଣତି ହେବ।
ମୁଖ୍ୟ ନିର୍ବାଚନ କମିଶନରଙ୍କ ଘୋଷଣା ଅନୁସାରେ ଆସନ୍ତା ୧୩ ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହାପରେ ଅକ୍ଟୋବର ୨୦ ନାମାଙ୍କନ ଦାଖଲର ଶେଷ ତାରିଖ ରହିବ। ଅକ୍ଟୋବର ୨୨ ରେ ନାମାଙ୍କନ ଯାଞ୍ଚ ଓ ଅକ୍ଟୋବର ୨୪ ରେ ନାମାଙ୍କନ ପ୍ରତ୍ୟାହାର ଶେଷ ତାରିଖ ରହିବ। ଏହାପରେ ନଭେମ୍ବର ୧୧ ତାରିଖରେ ଭୋଟ୍ ଗ୍ରହଣ ସହ ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି କରାଯିବ ଓ ଆଜି ଠାରୁ ନିର୍ବାଚନ ଆଚରଣ ବିଧି ସଂପୂର୍ଣ୍ଣ ଜିଲ୍ଲା ରେ ଲାଗୁହେଲା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏ ଅବସର ରେ ଏସପି ଆମ୍ରିତ ପାଲ ସିଂ, ଏଡିଏମ ସୁଭାଷ ଚନ୍ଦ୍ର ରଏତ, ଏଡିଏମ ପ୍ରଫୁଲ୍ଲ କୁମର କୁଜୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ,ଉପ ଜିଲ୍ଲାପାଳ ସୁର୍ମି ସୋରେନ, ଡି ସି ନିର୍ବାଚନ ଶେଖ ନସିମ ଓ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।