
ନୂଆପଡା- ୯/୧୧(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ବିଧାନସଭା ଉପନିର୍ବାଚନ ର ବିତରଣ ଏବଂ ଗ୍ରହଣ କେନ୍ଦ୍ର ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଆଜି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନୂଆପଡ଼ା ତାଲିମ ପ୍ରଦାନ କରିଥିଲେ । ଆସନ୍ତା ୧୧ ତାରିଖ ରେ ହେବାକୁ ଥିବା ଉପନିର୍ବାଚନରେ ସ୍ଥାନୀୟ ନ୍ୟାସନାଲ କଲେଜରେ ଥିବା ବିତରଣ କେନ୍ଦ୍ର dispersal center ରୁ ୧୦ ତାରିଖ ଦିନ ପୋଲିଂ ଅଧିକାରୀମାନେ ନିଜ ନିଜ ବୁଥ ଅଭିମୁଖେ ଭୋଟିଂ ମେସିନ ଓ ସମସ୍ତ ସାମଗ୍ରୀ ସହ ଗସ୍ତ କରିବେ । ନିର୍ବାଚନ ସମାପ୍ତ ପରେ ପୁଣି ଏହି ସବୁ ସାମଗ୍ରୀ ସଂଗ୍ରହ କରାଯିବ l ଏଣୁ ଏସବୁ କାର୍ଯ୍ୟ ସଠିକ୍ ଭାବରେ ସମ୍ପାଦନ କରିବା ନିମିତ୍ତ ନିୟୋଜିତ ହେବାକୁ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଆଜି ତାଲିମ୍ ପ୍ରଦାନ କରାଯାଇଥିଲା ।
ଏଥିରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ ଜିଲ୍ଲାପାଳ ତଥା ରିଟର୍ଣିଂ ଅଫିସର୍ ସୁର୍ମି ସୋରେନ୍, ଡେପୁଟି କଲେକ୍ଟର ନିର୍ବାଚନ ଶେଖ୍ ନସିମ ପ୍ରମୁଖ ସମସ୍ତ ଅଧିକାରୀ ମାନଙ୍କୁ ନିଜ ନିଜର ଦାୟିତ୍ଵ ସମ୍ପର୍କରେ ଅବଗତ କରାଇଥିଲେ ।ସମର୍ପିତ ଭାବରେ ସମସ୍ତେ ଦାୟୀତ୍ଵ ସହିତ ନିର୍ବାଚନ କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଛନ୍ତି ।

