
ନୂଆପଡା -୨୫/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଆଜି ଉଦଘାଟିତ ହୋଇଯାଇଛି।ସ୍ଥାନୀୟ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ନୂଆପଡ଼ା ଠାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦାନ କରିଥିଲେ । 
ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ ମଙ୍ଗଳ ବିଭାଗ ଦ୍ଵାରା ଆୟୋଜିତ ଏହି ଉତ୍ସବରେ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ମଙ୍ଗଳ ଅଧିକାରୀ ସଭାପତିତ୍ବ କରିଥିଲେ । ବିଧାୟକ ନୂଆପଡ଼ା ଜୟ ଢୋଲକିଆ,
ପ୍ରେମ ଅଗ୍ରୱାଲ, ସାଂସଦ ପ୍ରତିନିଧି, କଳାହାଣ୍ଡି, ଉଦୟ ସିଂ ମାଝୀ, ଜିଲ୍ଲା ଶିକ୍ଷା ନିରୀକ୍ଷକ, କଳାହାଣ୍ଡି ଓ ନୂଆପଡା ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ସମାରୋହରେ ଉତ୍ସାହିତ କରିଥିଲେ । ଏହା ସହିତ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳା ଓ ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଥିଲା। ୨ ଦିନ ଧରି ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ୪୮ ଗୋଟି ବିଦ୍ୟାଳୟ ରୁ ୬୦୩ ଜଣ ପ୍ରତିଯୋଗୀ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ୨୬ ତାରିଖ ସନ୍ଧ୍ୟା ୬.୩୦ ଘଣ୍ଟା ସମୟରେ ଏହି ଉତ୍ସବ ଉଦଯାପିତ ହେବ ।


ନୂଆପଡା ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ ଉଦଘାଟିତ।
75