ନୂଆପଡ଼ା -୨୫/୧୧ (ସୁରେନ୍ଦ୍ର ତିୱାରୀ) ଲୋକସେବା ଭବନରେ ବରଗଡ଼ର ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ୍ କରି ଗନ୍ଧମାର୍ଦ୍ଧନ ପର୍ଯ୍ୟଟନ ସ୍ଥଳୀ ର ବିକାଶ ଉପରେ ଆଲୋଚନା କରିଥିଲେ। ଐତିହାସିକ ଓ ଧାର୍ମିକ ମହତ୍ୱ ରଖୁଥିବା ଗନ୍ଧମାର୍ଦ୍ଧନ ପାହାଡ଼ ର ପ୍ରାକୃତିକ ପରିବେଶ ପ୍ରତି ଆକୃଷ୍ଟ ହୋଇ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ଓଡ଼ିଶା ଓ ଅନ୍ୟରାଜ୍ୟ ମାନଙ୍କ ରୁ ନୃସିଂହନାଥ୍ ଓ ହରିଶଙ୍କର କୁ ଆସିଥାନ୍ତି। ଗନ୍ଧମାର୍ଦ୍ଦନ ର ଗୋଟିଏ ପଟେ ବରଗଡ ଜିଲ୍ଲା ର ନୃସିଂହନାଥ ରୁ ଅପର ପାର୍ଶ୍ଵରେ ଅବସ୍ଥିତ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ପାହାଡ଼ ଉପରେ ପାଦଚ଼ଳା ରାସ୍ତାଦେଇ ଲୋକେ ଦୀର୍ଘ ୧୮ କିମି ଅତିକ୍ରମ କରିଥାନ୍ତି । ଏଠାରେ ରୋପ ୱେ ନିର୍ମାଣ ହେଲେ ଏହି ଦୁଇ ତୀର୍ଥ କ୍ଷେତ୍ର ଓ ପର୍ଯ୍ୟଟନ ସ୍ଥଳି ର ମହାତ୍ଵ ବଡ଼ିବା ସହ ଆଉ ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବେ | ଏହାଦ୍ଵାରା ବାଣିଜ୍ୟ ବ୍ୟବସାୟ ରେ ଅଧିକ ନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ରାଜ୍ୟ ସରକାର ଖୁବ ଶିଘ୍ର ଏ ଦିଗରେ ପଦକ୍ଷପ ନେବେ ବୋଲି ସାଂସଦ ଶ୍ରୀ ପୁରୋହିତଙ୍କୁ କହିବା ସହ ନୃସିଂହନାଥ ରୁ ହରିଶଙ୍କର ରୋପ ୱେ ର ଡିପିଆର୍ ତୁରନ୍ତ ପ୍ରସ୍ତୁତ କରିବା ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।




ଗନ୍ଧମାର୍ଦ୍ଧନ ପାହାଡ଼ରେ ହେବ ରୋପ ୱେ : ନୃସିଂହନାଥ ଓ ହରିଶଙ୍କର ପର୍ଯ୍ୟଟନ ସ୍ଥଳୀ ଦ୍ବୟକୁ ଆହୁରି ଅଧିକ ଆକର୍ଷିତ କରାଯିବ।
40