Home ରାଜ୍ୟଲଖନା ରେଳ ଅଣ୍ଡର ବ୍ରିଜ ସମସ୍ୟା ଓ ପାସେଞ୍ଜର ଟ୍ରେନ ରହଣୀ : ଇଷ୍ଟ କୋଷ୍ଟ ରେଳୱେ ପ୍ରତିଶ୍ରୁତି ଦେଇ ଭୁଲି ଯାଉଛି।

ଲଖନା ରେଳ ଅଣ୍ଡର ବ୍ରିଜ ସମସ୍ୟା ଓ ପାସେଞ୍ଜର ଟ୍ରେନ ରହଣୀ : ଇଷ୍ଟ କୋଷ୍ଟ ରେଳୱେ ପ୍ରତିଶ୍ରୁତି ଦେଇ ଭୁଲି ଯାଉଛି।

by Maraguda Express
0 comments

ନୂଆପଡ଼ା -୩୦/୧୧ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜିଲ୍ଲା ର ତୃତୀୟ ରେଳ ଷ୍ଟେସନ ଲଖନା ପ୍ରତି ଇଷ୍ଟ କୋଷ୍ଟ ରେଳୱେ ବୈମାତୃକ ମନୋଭାବ ପୋଷଣ କରୁଛି। ବାରମ୍ବାର ଅଞ୍ଚଳବାସୀ ଲିଖିତ ଅଭିଯୋଗ ଓ ରେଳରୋକ କରି ନିଜ ସମସ୍ୟା ରେଳ ବିଭାଗ ନିକଟ ରେ ଉପସ୍ଥାପନ କରିଥଲେ ହେଁ ସମସ୍ୟା ସମାଧାନ ଦିଗ ରେ ବିଭାଗ୍ ତତ୍ପରତା ପ୍ରକାଶ କରୁନାହିଁ। ଆଗରୁ ଏଠାରେ ମାନବ ବିହୀନ ରେଳ ଫାଟକ ରହିଥିଲା, ଏହାକୁ ବନ୍ଦ କରି ରେଳ ଅଣ୍ଡର ବ୍ରିଜ ନିର୍ମାଣ ହେଲା କିନ୍ତୁ ଉଚ୍ଚତା କମ ଥିବାରୁ ବଡ଼ ବସ,ଟ୍ରକ,ଡମ୍ଫର୍ ଭଳି ଭାରି ଯାନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବର୍ଷା ମାସ ରେ ପାଣି ମଧ୍ୟ ଭରି ଯାଉଛି।ଫଳ ରେ ଅଞ୍ଚଳ ର ବ୍ୟବସାୟ ଉପରେ ଏହାର ପ୍ରଭାବ ଅନୁଭୂତ ହୋଇଛି। ଦୀର୍ଘ ବାଟ ଅତିକ୍ରମ କରି ଅନ୍ୟ ରାସ୍ତା ରେ ମାଲ ପରିବହନ କରିବା ଭଡା କୁ ଦୁଇ ଗୁଣିତ କରି ଦେଇଛି। ଛୋଟ ଛୋଟ ଚାରି ଚକିଆ ଯାନ ରେ ମାଲ ପରିବହନ କରିବା ଅଧିକ ଖର୍ଚ୍ଚାନ୍ତ ଓ ବାରମ୍ବାର ବ୍ୟବସାୟ ଉଦ୍ଧେଶ୍ୟ ରେ ଯିବା ଆସିବା ସମୟ ଅପଚୟ କରୁଛି। ଏ ସମସ୍ତ ସମସ୍ୟା ଯୋଗୁଁ ଅଧିକାଂଶ ବ୍ୟବସାୟୀ ନିଜ କାରବାର ବନ୍ଦ କରି ନିକଟସ୍ଥ ସହର ମୁହାଁ ହେଲେଣି। ଏକ ପ୍ରକାର ଏ ଅଞ୍ଚଳ ର ବ୍ୟବସାୟ ବାଧା ଉପୁଜିଛି କହିଲେ ଅତ୍ୟୁକ୍ତି ହେବନାହିଁ। କୋବିଡ ୨୦୧୯ ରେ ବନ୍ଦ ହୋଇ ଥିବା ପାସେଞ୍ଜର୍ ଟ୍ରେନ ବିଶାଖାପାଟଣା- ଦୁର୍ଗ ଟ୍ରେନ (ନମ୍ୱର୧୮୫୨୯ ଓ ୧୮୫୩୦) ପୁନଃ ଚଳାଚଳ ଆରମ୍ଭ ହୋଇଛି । ହେଲେ ପୁର୍ବ ରୁ ଏଠାରେ ରହଣୀ ଥିଲେ ମଧ୍ୟ କୋଉ କାରଣ ରୁ ଉପରୋକ୍ତ ଟ୍ରେନ ରହଣୀ ବନ୍ଦ କରାଗଲା କାହିଁ କି? ଘୋର ଆଶ୍ଚର୍ୟ୍ଯ ର ବିଷୟ। ଗତ ବର୍ଷ ଡିଆରଏମ, କାର୍ଯ୍ୟାଳୟ ,ସମ୍ବଲପୁର ରୁ ଏ ଟ୍ରେନ ର ରହଣୀ ଲଖନା ରେଳ ଷ୍ଟେସନ ରେ ହେବ ବୋଲି ଲଖନା ଅଞ୍ଚଳବାସୀ ଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ଯାଏଁ ରହଣି ଦିଆଗଲା ନାହିଁ। ଉପରୋକ୍ତ ଟ୍ରେନ ରେ ଏ ଅଞ୍ଚଳ ନୁହେଁ ପଡ଼ୋଶୀ ବରଗଡ ଓ ବଲାଙ୍ଗିର ଅଞ୍ଚଳ ଯାତ୍ରୀମାନେ ମଧ୍ୟ ନିର୍ଭର କରିଥାନ୍ତି। କ୍ଷୁଦ୍ର ବ୍ୟବସାୟୀ ଉପରୋକ୍ତ ଟ୍ରେନ ରେ ସୁଦୂର ରାୟପୁର, ଦୁର୍ଗ, ମହାସମୁନ୍ଦ, ଖରିଆର ରୋଡ,କଣ୍ଟାବାଞ୍ଜି, କେସିଙ୍ଗା,ରାୟଗଡ଼ା ବ୍ୟବସାୟିକ କାର୍ଯ୍ୟରେ ଯାତ୍ରା କରିବା ଅସମ୍ଭବ ହୋଇ ପଡ଼ିଛି। ଜିଲ୍ଲା ସଦର ମହକୁମା ସରକାରି କାର୍ଯ୍ୟ, ସ୍ବାସ୍ଥ୍ୟ ସମସ୍ୟା ପାଇଁ ଜିଲ୍ଲା ଚିକିତ୍ସାଳରେ ଗରିବ ଖଟିଖିଆ କମ ଖର୍ଚ୍ଚ ରେ ଯିବାଆସିବା କରିବା ସହଜ ହେଉଥିଲା। ଉପରୋକ୍ତ ସମସ୍ୟା ପ୍ରତି ଇଷ୍ଟ କୋଷ୍ଟ ରେଳୱେ ର ସମ୍ବଲପୁର ଡିଭିଜନ ଡିଭିଜନାଲ ରେଳୱେ ମ୍ୟାନେଜର ଙ୍କୁ ସ୍ଥାନୀୟ ରେଳ ଷ୍ଟେସନ ମ୍ୟାନେଜର ମାଧ୍ୟମ ରେ ପୁନଃ ଏକ ଦାବିପତ୍ର ଅଞ୍ଚଳବାସୀ ପ୍ରଦାନ କରି ଏହାର ନିରାକରଣ ଦାବି କରିଛନ୍ତି। ଏହାର ଆଶୁ ସମାଧାନ ନହେଲେ ଆଗାମୀ ଦିନ ରେ ପୁନଃ ରେଳ ରୋକ କରିବାକୁ ପଛାଇବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଉପରୋକ୍ତ ଦାବିପତ୍ର ଦେବା ସମୟ ରେ ମହମ୍ମଦ ସାହିଦ, ସବୀର ହୁସେନ, ମୁକେଶ ତିୱାରୀ, ଅର୍ଜୁନ ମାଝି, ମୋହନ୍ ବନଛୋର, ବିଭୁ ସାହୁ, ମନୋଜ ଜୈନ, ଓ ବୁଲୁ ହାତୀ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha