Home ରାଜ୍ୟଆଇନ ସେବା ପ୍ରାଧିକରଣ ଦ୍ୱାରା ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ।

ଆଇନ ସେବା ପ୍ରାଧିକରଣ ଦ୍ୱାରା ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ।

by Maraguda Express
0 comments

ନୂଆପଡ଼ା -୨/୧୨ (ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଟାନୱାଟ ଠାରେ ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (ଆଞ୍ଚଳିକ କାର୍ଯ୍ୟାଳୟ, ବଲାଙ୍ଗୀର) ର କନିଷ୍ଠ ବୈଜ୍ଞାନିକ ଅଂଶୁମାନ ମିଶ୍ର, ପ୍ରାଧିକରଣର ସହକାରୀ ଆଇନ ସେବା ପ୍ରତିପକ୍ଷ ଓକିଲ କାର୍ତ୍ତିକ ରାମ ବାଗ, ବିଦ୍ୟାଳୟର ପ୍ରାଚାର୍ଯ୍ୟ ରଶ୍ମିରେଖା ଭୋଇ, ଶିକ୍ଷକଗଣ, ଛାତ୍ରଛାତ୍ରୀଗଣ ଓ ପ୍ରାଧିକରଣର ଅଧିକାର ମିତ୍ରଗଣ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରାଧିକରଣର ସଚିବ ପରିବେଶ ସୁରକ୍ଷା ଆଇନ, ୧୯୮୬, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଅଧିନିୟମ, ୨୦୧୬, ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (କୃତ୍ରିମ ବୁଦ୍ଧିମତ୍ତା) ଏବଂ ସୁପ୍ରିମ କୋର୍ଟଙ୍କ ସୁଭାସ ସଫ୍ଟୱେଆର୍ ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ, ୨୦୨୦, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ଆଇନ, ୨୦୦୭ ଏବଂ ଦେୱାନୀ ପ୍ରଣାଳୀରେ ମଧ୍ୟସ୍ଥତା ଆଇନ, ୨୦୦୭, ପ୍ରାଧିକରଣ ତରଫରୁ ଅସହାୟ ମାଗଣା ଆଇନ ସେବା, ଇତ୍ୟାଦି ବିଷୟରେ ବିସ୍ତୃତ ଭାବରେ ଧାରଣା ଦେଇଥିଲେ । ପ୍ରାତଃକାଳରେ ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଇରିଗେସନ ଛକଠାରେ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସହକାରୀ ଆଇନ ସେବା ପ୍ରତିପକ୍ଷ ଓକିଲ, ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମକର୍ତ୍ତା, ଆଇନ ସ୍ୱେଚ୍ଛାସେବୀ ଓ ପ୍ରାଧିକରଣର କର୍ମଚାରୀମାନେ ଯୋଗ ଦେଇ ପ୍ରାୟ ୨୦୦ କେଜିରୁ ଊର୍ଦ୍ଧ୍ୱ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ କରିଛନ୍ତି। ଏହି ଅବସରରେ ଗତ ୨୩ ନଭେମ୍ବର ୨୦୨୫ ରେ ଶିଶୁ ଦିବସ ଉପଲକ୍ଷେ ପ୍ରାଧିକରଣ ତରଫରୁ ଜିଲ୍ଲା ନ୍ୟାୟାଳୟରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପ୍ରାପ୍ତ କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର, ଫଳକ ଓ ପୁରସ୍କାର ପ୍ରଦାନ କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha