Home ରାଜ୍ୟଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ଜିଲ୍ଲାରେ ସୃଷ୍ଟି ହେଲା ନୂତନ ପରମ୍ପରା।

ଆଇନ୍ ସମ୍ମତ ପୋଷ୍ୟ ସନ୍ତାନ ଗ୍ରହଣ, ଜିଲ୍ଲାରେ ସୃଷ୍ଟି ହେଲା ନୂତନ ପରମ୍ପରା।

by Maraguda Express
0 comments

ନୂଆପଡା- ୫/୧୨(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାରେ ପ୍ରଥମଥର ପାଇଁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରକ୍ରିୟା ସଫଳ ଭାବେ ସମ୍ପନ୍ନ ହୋଇଛି। ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ସ୍ୱତନ୍ତ୍ର ଗ୍ରହଣ ସଂସ୍ଥା ନୂଆପଡା ମଧ୍ୟସ୍ଥତା ରେ ଗୋଟିଏ ଶିଶୁ କନ୍ୟାକୁ ଅନ୍ୟ ରାଜ୍ୟ , ତାମିଲନାଡୁର ଏକ ପରିବାର ଦ୍ୱାରା ଦତ୍ତକ ଗ୍ରହଣ କରାଯାଇଛି। ପୋଷ୍ୟ କନ୍ୟାର ସମ୍ପୂର୍ଣ୍ଣ ଶିକ୍ଷା, ସେବା ଓ ସୁରକ୍ଷା ଦାୟିତ୍ବ ନୂଆ ପରିବାର ଆଇନ୍ ସମ୍ମତ ହିସାବରେ ନେଇଛନ୍ତି।ଆଗରୁ ନୂଆପଡାର ଏଭଳି ପୋଷ୍ୟ ସନ୍ତାନ ଦାନ କଳାହାଣ୍ଡି ଜିଲ୍ଲା ମାର୍ଫତ ରେ ହେଉଥିଲା ।ଏବେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସ୍ଵତନ୍ତ୍ର ପ୍ରଚେଷ୍ଟା ବଳରେ ଜିଲ୍ଲାରେ ଏସଏଏ କାର୍ଯ୍ୟକ୍ଷମ ହୋଇ ପାରିଛି I ଏହି ଘଟଣା ଜିଲ୍ଲାରେ ପୋଷ୍ୟ ସନ୍ତାନ ସୁରକ୍ଷା ଓ ସେବା ମାମଲାରେ ଏକ ମାଇଲଷ୍ଟୋନ୍‌ ହେବ ବୋଲି ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି। ଜିଲ୍ଲାପାଳ ଶ୍ରୀ ଦାଶଙ୍କ ନିର୍ଦ୍ଦେଶରେ ଶିଶୁ ସୁରକ୍ଷା ବିଭାଗ ଭାର ପ୍ରାପ୍ତ ଅଧିକାରୀ ଚିନ୍ମୟ ସାଗର ଓ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇ ଆବଶ୍ୟକ ବିଧି ବ୍ୟବସ୍ଥା ଗ୍ରହଣ କରିଥିଲେ l ଏହି ନୂତନ ପଦକ୍ଷେପ ଜିଲ୍ଲାରେ ଅନ୍ୟ ଆବାସିକ ଶିଶୁମାନଙ୍କ ପାଇଁ ନୂତନ ଆଶା ସୃଷ୍ଟି କରିଛି। ସମାଜ ସେବୀ ସଂଗଠନମାନେ ଏହି ପଦକ୍ଷେପକୁ ସ୍ୱାଗତ କରି ଅଧିକ ନିସନ୍ତାନ ପରିବାରଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରତି ଆଗ୍ରହୀ ହେବାକୁ ଆହ୍ୱାନ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha