Home ରାଜ୍ୟକୃଷି ଓ କୃଷକର ଉନ୍ନତି ପାଇଁ ସମବାୟ ବିକାଶ ଅତ୍ୟନ୍ତ ଆବଶ୍ୟକ – ଜିଲ୍ଲାପାଳ

କୃଷି ଓ କୃଷକର ଉନ୍ନତି ପାଇଁ ସମବାୟ ବିକାଶ ଅତ୍ୟନ୍ତ ଆବଶ୍ୟକ – ଜିଲ୍ଲାପାଳ

ନୂଆପଡ଼ା ରେ ଜିଲ୍ଲା ସ୍ତରୀୟ ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ।

by Maraguda Express
0 comments
ନୂଆପଡା -୨୯/୧୧ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l
ସ୍ଥାନୀୟ ସଦଭାବନା ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ମଧୁସୁଦନ ଦାଶ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ,ଉପ ଜିଲ୍ଲାପାଳ ଶୂର୍ମି ସୋରେନ୍ , ଡିଆରସିଏସ ଶିବ ପ୍ରସାଦ ସ୍ୱାଇଁ ଏବଂ ଅନ୍ୟାନ୍ୟ ଜିଲ୍ଲାସ୍ତରିୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାପାଳ କହିଲେ ଯେ କୃଷି ଓ କୃଷକର ସର୍ବାଙ୍ଗୀନ ଉନ୍ନତି ପାଇଁ ସମବାୟ ସଂସ୍ଥାର ବିକାଶ ଅତ୍ୟନ୍ତ ଆବଶ୍ୟକ। ପ୍ରାଥମିକ ସ୍ତରରେ ଏହା କୃଷକ ମାନଙ୍କ ସମସ୍ତ ଆବଶ୍ୟକତା ପୂରଣ କରି ଗ୍ରାମାଞ୍ଚଳର କୃଷକ ମାନଙ୍କ ବିଶ୍ୱାସ ଭାଜନ ହୋଇଥାଏ।ସମବାୟ ସୁରକ୍ଷିତ ରହିଲେ କୃଷକ ସମାଜ ସମୃଦ୍ଧ ହେବ। ଏହାପରେ ଆସନ୍ତା ବର୍ଷ ପାଇଁ ନୂଆପଡ଼ା ଜିଲ୍ଲାର ସମବାୟ ବିକାଶ ଉପରେ ବିଶଦ ଆଲୋଚନା କରାଯାଇଥିଲା। ଏହି ବୈଠକ ରେ ସମସ୍ତ ସମବାୟ ସମିତି ସଭାପତି ଓ ସମ୍ପାଦକ ମାନେ ଯୋଗଦାନ କରି ନୂଆପଡ଼ା ଜିଲ୍ଲା ରେ ସମବାୟର ବିକାଶ ପାଇଁ ସୁଚିନ୍ତିତ ମତାମତ ରଖିଥିଲେ । ନୂଆପଡ଼ା ଜିଲ୍ଲାରେ ଖରିଫ ଧାନ କିଣା, ସାର ଓ ବିହନ ର ସୁବଣ୍ଟନ, କେସିସି ଋଣ ପ୍ରଦାନ, ମାଇକ୍ରୋ ଏ ଟି ଏମ ଦ୍ଵାରା ଟଙ୍କା ଉଠାଣ କିଭଳି ଭାବେ ସୁଚାରୁ ରୂପେ ହୋଇ ପାରିବ, ସେଥି ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha