Home ରାଜ୍ୟଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ – ଜିଲ୍ଲାପାଳ l

ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ – ଜିଲ୍ଲାପାଳ l

ନୂଆପଡାରେ ଜିଲ୍ଲା ସିଙ୍ଗଲ ଉଇଣ୍ଡୋ କମିଟି ବୈଠକ ଅନୁଷ୍ଠିତ : ଦୁଇଟି ଶିଳ୍ପ ପ୍ରସ୍ତାବ ଗୃହୀତ l

by Maraguda Express
0 comments
ନୂଆପଡା – ୭/୦୩- ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସିଙ୍ଗଲ ଉଇଣ୍ଡୋ କମିଟି ବୈଠକ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକ ଆରମ୍ଭରେ ଜିଲ୍ଲା ଶିଳ୍ପ କେନ୍ଦ୍ର ପରିଚାଳକ,ସମୀର ମୁଦୁଲି ସମସ୍ତଙ୍କୁ ସ୍ବାଗତ କରି ଆଲୋଚ୍ୟ ବିଷୟବସ୍ତୁ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଖରୀଆର ରୋଡ ସ୍ଥିତ M/s Vardhaman Cold Storage ପକ୍ଷରୁ ଦାଖଲ ହୋଇଥିବା ଜମିର କିସମ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରସ୍ତାବ ଆଲୋଚନା ପରେ ଗୃହୀତ ହୋଇଥିଲା।ଏହାପରେ, ଓଡିଶା ଏମ.ଏସ.ଏମ.ଇ. ବିକାଶ ନୀତି–୨୦୨୨ ଅନ୍ତର୍ଗତ ସିଲ୍ଦାସ୍ଥିତ M/s Vishesh Industries ପକ୍ଷରୁ ଦାଖଲ ହୋଇଥିବା ୨୨,୫୪,୫୫୦ ଟଙ୍କାର ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା।ବୈଠକରେ ଜିଲ୍ଲାରେ ଶିଳ୍ପ ବିକାଶକୁ ଆଗକୁ ବଢ଼ାଇବା ଓ ନିବେଶକମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ବିଭିନ୍ନ ବିଭାଗର ସମନ୍ୱୟ ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଥିଲେ ।
ଏହି ବୈଠକରେ ଅଧିକ୍ଷଣ ଯନ୍ତ୍ରୀ, ଜଳସେଚନ ବିଭାଗ, ତହସିଲଦାର, ନୂଆପଡା ,ପ୍ରଣବ ପ୍ରକାଶ ସାହୁ, ଡେପୁଟି କମିଶନର, ସିଟି ଓ ଜିଏସଟି, ଖରିଆର ରୋଡ଼; ଆଞ୍ଚଳିକ ଅଧିକାରୀ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବଲାଙ୍ଗୀର, ବବିତା ସିଂ; ଡିଭିଜନାଲ ହେଡ଼, ଆଇଡିସିଓ, ସମ୍ବଲପୁର; କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ, ଟିପିଡବ୍ଲ୍ୟୁଓଡିଏଲ୍, ଅଗ୍ରଣୀ ବ୍ୟାଙ୍କ ପରିଚାଳକ, ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନଏସି, ଖରିଆର ରୋଡ଼ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତାମତ ପ୍ରଦାନ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha