Home ରାଜ୍ୟନୂଆପଡା ଉପନିର୍ବାଚନ ପାଇଁ କାର୍ଯ୍ୟକ୍ଷମ ହୋଇଛି ଜିଲ୍ଲା ସ୍ତରୀୟ ଅଭିଯୋଗ କମିଟି।

ନୂଆପଡା ଉପନିର୍ବାଚନ ପାଇଁ କାର୍ଯ୍ୟକ୍ଷମ ହୋଇଛି ଜିଲ୍ଲା ସ୍ତରୀୟ ଅଭିଯୋଗ କମିଟି।

by Maraguda Express
0 comments

ନୂଆପଡା -୨୫/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ବିତୀୟ ମହଲାରେ କାର୍ଯ୍ୟକ୍ଷମ ହୋଇଛି ଜିଲ୍ଲା ସ୍ତରୀୟ ଅଭିଯୋଗ କମିଟି l ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ସିଇଓ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର,
ଜିଲ୍ଲା କୋଷାଗାର ଅଧିକାରୀ ମର୍ଦ୍ଦରାଜ ମହାଲିଙ୍ଗ ଏହି କମିଟିର ସଦସ୍ୟ ଅଛନ୍ତି l ନିର୍ବାଚନ ସମୟରେ ଜବତ ଟଙ୍କା, ସାମଗ୍ରୀ ଇତ୍ୟାଦି ମୁକ୍ତ କରିବା ପାଇଁ ଜଣେ ବ୍ୟକ୍ତି ଏହି କମିଟି ନିକଟରେ ଆବେଦନ/ପରାମର୍ଶ କରି ପାରିବେ l ଜବତ ବିରୁଦ୍ଧରେ ଆବେଦନର ପ୍ରକ୍ରିୟା ଜବତ ଦସ୍ତାବିଜ ରେ ଉଲ୍ଲେଖ କରାଯିବ l ଜବତ ସମୟରେ ଏହା ପୀଡିତ ବ୍ୟକ୍ତିଙ୍କୁ ଜଣାଇବାକୁ ପଡିବ। କୌଣସି ପରିସ୍ଥିତିରେ ମଧ୍ୟ ଯଦି କୌଣସି ଏଫ୍ ଆଇ ଆର୍, ଅଭିଯୋଗ ଦାଖଲ ନ ହୋଇଛି ତାହେଲେ ଜବତ ନଗଦ / ମୂଲ୍ୟବାନ ଜିନିଷ ମତଦାନ ତାରିଖ ପରେ ସାତ ଦିନରୁ ଅଧିକ ସମୟ ପାଇଁ ବିଚାରାଧୀନ ରଖାଯିବ ନାହିଁ l କମିଟିର କାର୍ଯ୍ୟକାରିତାକୁ ବ୍ୟାପକ ପ୍ରଚାର କରିବା ପାଇଁ ଏହାଦ୍ବାରା ଜନସାଧାରଣଙ୍କୁ ଜଣାଇ ଦିଆ ଯାଉଛି। ନିର୍ବାଚନ ସମୟରେ ଜବତ ଟଙ୍କା , ସାମଗ୍ରି ସମ୍ବନ୍ଧରେ କୌଣସି ଅଭିଯୋଗ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ସିଇଓ, ଜିଲ୍ଲା ପରିଷଦ ଲମ୍ବୋଦର ଧରୁଆ ମୋବାଇଲ୍ ନମ୍ବର ୯୪୩୭୪୫୭୭୬୪, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁଜୁର, ୯୪୩୮୩୨୯୨୪୪ ଏଵଂ ଜିଲ୍ଲା କୋଷାଗାର ଅଧିକାରୀ ମର୍ଦ୍ଦରାଜ ମହାଲିଙ୍ଗ, ୯୪୩୯୭୫୩୪୫୧ ନମ୍ବର୍ ରେ ପୀଡ଼ିତ ବ୍ୟକ୍ତି ଜଣାଇ ପାରିବେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha