Home ଦେଶ ବିଦେଶଏଲନ୍‌ ମସ୍କଙ୍କ ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଂପର୍କ ଶେଷ

ଏଲନ୍‌ ମସ୍କଙ୍କ ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସଂପର୍କ ଶେଷ

by Maraguda Express
0 comments

ୱାସିଂଟନ,୯/୬ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଟେକ୍‌ ବିଲିୟନେୟାର ଏଲନ୍ ମସ୍କଙ୍କ ମଧ୍ୟରେ ସମ୍ପର୍କ ଅତି ତିକ୍ତ ହୋଇଉଠିଛି। ଟ୍ରମ୍ପ ଆଜି ଏକ ବଡ଼ ବୟାନ ଦେଇ ମସ୍କଙ୍କ ସହ ତାଙ୍କର ସଂପର୍କ ଶେଷ ହୋଇଯାଇଛି ବୋଲି କହିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଡେମୋକ୍ରାଟ୍‌ମାନେ ଏବେ ମସ୍କଙ୍କୁ ସମର୍ଥନ କରୁଛନ୍ତି ଏବଂ ମସ୍କ ସେମାନଙ୍କୁ ସହାୟତା କରୁଛନ୍ତି। ଏଭଳି ଧାରା ଜାରି ରଖିଲେ ମସ୍କଙ୍କ ପାଇଁ ଆଗକୁ ପରିଣାମ ଗମ୍ଭୀର ହେବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ମସ୍କ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ଅପମାନିତ କରିଛନ୍ତି ଏବଂ ତାଙ୍କୁ ଦିଆଯାଇଥିବା ସୁଯୋଗର ସେ ଅପବ୍ୟବହାର କରିଛନ୍ତି।

ଏକ ସାକ୍ଷାତକାରରେ ଜଣେ ସାମ୍ବାଦିକ ଟ୍ରମ୍ପଙ୍କୁ ପଚାରିଥିଲେ, ଟେସ୍‌ଲା-ସ୍ପେସ୍ଏକ୍ସ ସିଇଓଙ୍କ ସହ ଆପଣଙ୍କ ସମ୍ପର୍କ ଶେଷ ହୋଇଛି ବୋଲି ଭାବୁଛନ୍ତି କି? ଏହାର ଜବାବରେ ଟ୍ରମ୍ପ କହିଛନ୍ତି, ମୁଁ ଭାବୁଛି ଏହି ସଂପର୍କ ଶେଷ ହୋଇଯାଇଛି। ଆପଣ ଜାଣନ୍ତି, ମୁଁ ବିପୁଳ ବ୍ୟବଧାନରେ ନିର୍ବାଚନ ଜିତିଥିଲି ଏବଂ ମସ୍କଙ୍କୁ ବଡ଼ ସୁଯୋଗ ଦେଇଥିଲି। ସୂଚନାଯୋଗ୍ୟ, ଇଲେକ୍ଟ୍ରିକ୍ ଯାନ ନିୟମକୁ ନେଇ ଟ୍ରମ୍ପଙ୍କ କେତେକ ନିର୍ଦ୍ଦେଶକୁ ମସ୍କ ବିରୋଧ କରିଥିଲେ ଏବଂ ଶୁଳ୍କ ନୀତିକୁ ମଧ୍ୟ ନାପସନ୍ଦ କରିଥିଲେ। ଏହାକୁ ନେଇ ତିକ୍ତତା ବଢ଼ିବା ପରେ ଉଭୟ ପରସ୍ପର ବିରୋଧରେ ଅତି କଟୁ ମନ୍ତବ୍ୟ ଦେଇଥିଲେ। ଟ୍ରମ୍ପଙ୍କ ବିରୋଧରେ ମସ୍କଙ୍କ ଅଭିଯୋଗ ମଧ୍ୟ ରାଜନୀତିକୁ ସରଗରମ କରିଛି। ଡେମୋକ୍ରାଟମାନେ ଏହାକୁ ଅସ୍ତ୍ର କରି ଟ୍ରମ୍ପ ପ୍ରଶାସନକୁ ଟାର୍ଗେଟ୍‌ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha