Home ରାଜ୍ୟଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ।

by Maraguda Express
0 comments

ନୂଆପଡ଼ା -୪/୧୨ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବଞ୍ଜାରି ଅକ୍ଷମ ସେବା କେନ୍ଦ୍ର ଓ ନୂଆପଡ଼ା ଟାନୱାଟ ସ୍ଥିତ ବିଜୁ ପଟ୍ଟନାୟକ ମାନସିକ ସ୍ୱତନ୍ତ୍ର ବିଦ୍ୟାଳୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୁଲ୍ୟରେ ଅର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ଗତକାଲି ପାଳିତ ହୋଇ ଯାଇଛି । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ପ୍ରକାଶ ଚନ୍ଦ୍ର ସେନାପତି, ବିଜୁ ପଟ୍ଟନାୟକ ମାନସିକ ସ୍ୱତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ରାଜେଶ୍ୱରୀ ସାମନ୍ତ, ବଂଜାରୀ ଅକ୍ଷମ ସେବା କେନ୍ଦ୍ର ର ଅଧ୍ୟକ୍ଷା ଅମ୍ବିକା ବାଗ, ଅଧିକାର ମିତ୍ରଗଣ ଉପସ୍ଥିତ ହୋଇ ଭିନ୍ନକ୍ଷମମାନଙ୍କ ଅଧିକାର ପାଇଁ ଥିବା ବିଭିନ୍ନ ଆଇନ ଏବଂ ସରକାରଙ୍କ ଦ୍ୱାରା ଭିନ୍ନକ୍ଷମଙ୍କ ପାଇଁ ପ୍ରଚଳିତ ବିଭିନ୍ନ ଯୋଜନା ଯଥା ଭିନ୍ନକ୍ଷମ ଭତ୍ତା, ପ୍ରମାଣ ପତ୍ର, ମେଧାବୃତ୍ତି, ମାଗଣା ଚିକିତ୍ସା ଇତ୍ୟାଦି ବିଷୟରେ ବିସ୍ତୃତ ଆଲୋକପାତ କରିଥିଲେ । ସର୍ବଶେଷ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଫଳ ଓ ଉପହାରବଣ୍ଟନ କରାଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha