
ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ନୂଆପଡ଼ା -୭/୭ (ସୁରେନ୍ଦ୍ର ତିୱାରୀ ) ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ା ଓ ଜିଲ୍ଲା ବନ ବିଭାଗ ଆନୁକୂଲ୍ୟରେ ରେ କୋମନା ବ୍ଲକ ଅନ୍ତର୍ଗତ ଛତା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଏକ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, କୋମନା ଗ୍ରାମନ୍ୟାୟାଧିକାରୀ ବର୍ଷା ମାହାନ୍ତି, ଖରିଆର ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ, କୋମନା ରେଞ୍ଜର ଦେବଦତ୍ତ ସୁତାର, କୋମନା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭକ୍ତବନ୍ଧୁ ବୁଡେକ, ଛତା ଗ୍ରାମପଞ୍ଚାୟତର ସରପଞ୍ଚ ପଦ୍ମିନୀ ମାଝୀ, ଛତା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଶୋକ କୁମାର ମିଶ୍ର, ବନ ବିଭାଗ କର୍ମଚାରୀ, ଛାତ୍ରଛାତ୍ରୀଗଣ ଓ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ । ସେହିପରି ଖରିଆର ବ୍ଲକର ଆର୍ତ୍ତତ୍ରାଣପୁର ଓ କାରୁଣ୍ୟ ବାଲ୍ ନିକେତନ ଠାରେ ମଧ୍ଯ ବୃକ୍ଷରୋପଣ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଖରିଆର ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ, ଏ.ସି.ଏଫ୍ ପ୍ରଶ୍ନଜିତ ନାଏକ, ଖରିଆର ରେଞ୍ଜର ଜୟଦେବ ମାଝୀ, ଖରିଆର ପଞ୍ଚାୟତ ସମିତିର ଅଧ୍ୟକ୍ଷ ପୁଷ୍ପାଞ୍ଜଳୀ ନନ୍ଦ, ବନ ବିଭାଗ କର୍ମଚାରୀ ଓ ଅଧିକାର ମିତ୍ରଗଣ ପ୍ରମୁଖ ଅଂଶଗ୍ରହଣ କରି ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ସଚେତନା ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଉପସ୍ଥିତ ଜନତା ଓ ଛାତ୍ର ଛାତ୍ରୀଙ୍କୁ ବୃକ୍ଷରୋପଣ ଓ ପ୍ଲାଷ୍ଟିକ ବର୍ଜନର ଉପକାରିତା ବିଷୟରେ ସଚେତନ କରିଥିଲେ । ନୂଆପଡ଼ା ପ୍ଲାଷ୍ଟିକ-ମୁକ୍ତ ଜିଲ୍ଲାରୂପେ ଘୋଷିତ ହୋଇଥିବାରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପ୍ଲାଷ୍ଟିକ୍-ମୁକ୍ତ ରୂପେ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ଲାଷ୍ଟିକ୍ ଫ୍ଲେକ୍ସ୍ ବଦଳରେ ସୂତାକପଡ଼ାର ବ୍ୟାନର୍ ଓ ଚାରାଗୁଡ଼ିକରେ ପାଣିଦେବାପାଇଁ ପ୍ଲାଷ୍ଟିକ୍ ବଦଳରେ ଷ୍ଟିଲ୍ ବାଲ୍ଟି ଓ ମଗ ଇତ୍ୟାଦିର ବ୍ୟବହାର କରାଯାଇଥିଲା । ସେହିପରି ଅପରାହ୍ନରେ କୋମନା ସ୍ଥିତ ଜିତମିତ୍ର ଉଚ୍ଚ ବିଦ୍ୟାଳୟରେ ଏକ ବୃକ୍ଷରୋପଣ ଓ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ବନ ମହୋତ୍ସବ ସପ୍ତାହ ପାଳନ ଅବସରେ ଜିତମିତ୍ର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ଯରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।
କୃତି ଛାତ୍ରଛାତ୍ରୀଙ୍କୁ ସଚିବ ନବନୀତା ଦାଶ ଓ କୋମନା ଗ୍ରାମନ୍ୟାୟାଧିକାରୀ ବର୍ଷା ମାହାନ୍ତି ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଅବସରରେ କୋମନା ସହରରେ ସ୍ୱଚ୍ଛ ଓ ସବୁଜ ନୂଆପଡ଼ା ଗଠନ ପାଇଁ ଏକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ଓ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ
ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ
191