Home ରାଜ୍ୟଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

by Maraguda Express
0 comments

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।                      ନୂଆପଡା -୨୧/୬(ଏମ.ଇ) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନୂଆପଡା ଆନୁକୂଲ୍ୟରେ ଏବଂ ଜିଲ୍ଲା ଓ ଦୌରାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ମାନ୍ୟବର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଅଦାଲତ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୁନୀଲ କୁମାର ଦାସ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ପ୍ରଜ୍ଞା ପରମିତା ମହାପାତ୍ର, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ରେଜିଷ୍ଟ୍ରାର୍ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଏସ୍.ଡି.ଜେ.ଏମ୍ ସ୍ନାତକୀ ଦାଶ ଓ କୋର୍ଟ୍ ର କର୍ମଚାରୀମାନେ ଅଂଶଗ୍ରହଣ କରି ଯୋଗାଭ୍ୟାସ କରିଥିଲେ। ହରିପୁର ଆଶ୍ରମର ଯୋଗ ଗୁରୁ ଯୋଗ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ନ୍ୟାସନାଲ ମହାବିଦ୍ୟାଳୟ ଏବଂ ନୂଆପଡା କାରାଗାରରେ ପ୍ରାଧିକରଣ ଦ୍ୱାରା ଅନୁଷ୍ଠିତ ଯୋଗ ଦିବସରେ ଅଂଶଗ୍ରହଣ କରିଥିଲେ । କାରାଗାରରୁ କଏଦୀ ମାନେ ବାହାରକୁ ବାହାରି ପାରୁନଥିବାରୁ ଯୋଗ ମାଧ୍ୟମରେ କିପରି ନିଜକୁ ସୁଧାରି ସମାଜର ମୁଖ୍ୟସ୍ରୋତ ରେ ନିଜକୁ ସାମିଲ କରିପାରିବେ ତାହା ସଚିବ କଏଦୀ ମାନଙ୍କୁ ବିଶଦ ଭାବେ ବୁଝାଇଥିଲେ । କାରାଗାରର ୧୨୦ ରୁ ଉର୍ଦ୍ଧ୍ବ କଏଦୀ ଏହି ଯୋଗ ଶିବିରରେ ଅଂଶଗ୍ରହଣ କରିଥିଲେ। ସଚିବ ମାନବ ସମାଜ ପାଇଁ ଯୋଗର ମହତ୍ତ୍ୱ, ମାଗଣା ଆଇନ ସେବା, ନାଲ୍ସା ନିଃଶୁଳ୍କ ହେଲ୍ପଲାଇନ୍ ନମ୍ବର ୧୫୧୦୦, ସରକାରଙ୍କ ଦ୍ଵାରା ପରିଚାଳିତ ବିଭିନ୍ନ ଯୋଜନା, ଆଇନ ସେବା ପ୍ରାଧିକରଣର ବିଭିନ୍ନ କାର୍ଯ୍ୟକ୍ରମ ଓ ସାଧାରଣ ନାଗରିକଙ୍କ ଆଇନଗତ ଅଧିକାର ଇତ୍ୟାଦି ବିଷୟରେ ଉପୋରକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ବ୍ୟକ୍ତିମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଯୋଗ ଅଭ୍ୟାସର ଉପକାରିତା ସମ୍ପର୍କିତ ଲିଫଲେଟ୍ ଗୁଡ଼ିକ ଜନସଧାରଣଙ୍କୁ ବଣ୍ଟନ କରାଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha