ନୂଆପଡ଼ା -୩୦/୯(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ଠାରେ ପୂର୍ବ ସରକାର ଅମଳ ରୁ ଉପନିବନ୍ଧକ କାର୍ଯ୍ୟାଳୟ ସ୍ଥାପନ ପାଇଁ ବାରମ୍ବାର ଦାବୀ ହେଉଥିଲେ ସୁଦ୍ଧା ହୋଇ ପାରି ନାହିଁ। କୋମନା ବ୍ଲକ 32 ଗୋଟି ଗ୍ରାମପଞ୍ଚାୟତ କୁ ନେଇ ଗଠିତ ହୋଇ ଥିବା ବେଳେ ଏଠାରେ ତହସିଲ କାର୍ଯ୍ୟାଳୟ, ଗ୍ରାମ ନ୍ୟାୟାଳୟ କାର୍ଯ୍ୟ କରୁଛି। କୋମନା ଏକ ଆଦିବାସୀ ଅଧ୍ୟୁଷିତ ବ୍ଲକ ହୋଇ ଥିବା ବେଳେ ଏଠାକାର ଜନସଂଖ୍ୟା 2011 ଜଣା ଗଣନା ଅନୁଯାୟୀ 1,27,000 ଅଟେ। ବର୍ତ୍ତମାନ ଏହି ବ୍ଲକ ଅଂଚଳ ବାସୀ ବର୍ତ୍ତମାନ ଜମିଜମାଓ ଅନ୍ୟାନ୍ୟ ନିବନ୍ଧନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ନୂଆପଡା ସ୍ଥିତ ଜିଲ୍ଲା ଉପନିବନ୍ଧନ ଉପରେ ନିର୍ଭରଶୀଳ.।ଭୌଗଳିକ ସ୍ଥିତି ଓ ବଣପାହାଡ଼ ପୋଲବିହୀନ ନଈ ନାଳ ଭଳି ପ୍ରାକୃତିକ ପ୍ରତିବନ୍ଧକ ସତ୍ୱେ ଜନସାଧାରଣ ଜିଲ୍ଲା ସଦର ମହକୁମା ଏହି କାର୍ଯ୍ୟ ପାଇଁ ଯିବାକୁ ବାଧ୍ୟ ହୋଇ ଥାଆନ୍ତି। ଏହି ଅଂଚଳ ମରୁଡି ଓ ଦାଦନ ପ୍ରବଣ ହୋଇ ଥିବାରୁ ଜନସାଧାରଣ ଙ୍କ ଆର୍ଥିକ ଅବସ୍ଥା ସ୍ଵଛଳ ନୁହେଁ। କୋମନା ଠାରେଉପ ନିବନ୍ଧନ କାର୍ଯ୍ୟାଳୟ ସ୍ଥାପନ କରାଗଲେ ଜନସାଧାରଣ ଅଯଥା ଖର୍ଚ୍ଚାନ୍ତ ଓ ହଇରାଣ ର ଶିକାର ହେବାରୁ ମୁକ୍ତ ହେବେ. ଏହି ସବୁ ପରିସ୍ଥିତି କୁ ବିଚାର କୁ ନେଇ କୋମନା ଠାରେ ଯଥାଶୀଘ୍ର ଏକ ଉପନିବନ୍ଧକ ଙ୍କ କାର୍ଯ୍ୟାଳୟ ସ୍ଥାପନ କରି ବାକୁ ରାଜସ୍ୱମନ୍ତ୍ରୀ ଙ୍କ ଉଦ୍ୟେଶ୍ୟ ରେ ବ୍ଲକ ଅଂଚଳ ବାସୀ ତଥା ଅଧିବକ୍ତା ଗଣଙ୍କ ସ୍ଵାକ୍ଷର ସମ୍ବଳିତ ଏକ ଦାବୀ ପତ୍ର କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ, ନୂଆପଡା ଙ୍କୁ ତାଙ୍କ କାର୍ଯ୍ୟାଳୟ ରେ ପ୍ରଦାନ କରିଛନ୍ତି.। ଜିଲ୍ଲାପାଳ ଦାବିପତ୍ର ଗ୍ରହଣ କରି ଦାବୀ ପୂରଣ ପାଇଁ ସହୃଦୟତା ର ସହ ବିଚାର କରିବାକୁ ରାଜସ୍ୱମନ୍ତ୍ରୀ ଙ୍କୁ ଅବଗତ କରାଯିବାକୁପ୍ରତିଶୃତି ପ୍ରଦାନ କରିଥିଲେ। ପ୍ରତିନିଧି ଦଳରେ କୋମନା ବ୍ଲକ ର ଅନିଲ କୁମାର ପାଣିଗ୍ରାହୀ, ଅଭିନ୍ନ ସୁନ୍ଦର ପୁରୋହିତ, ଜ୍ୟୋତିର୍ମୟ ପାଣିଗ୍ରାହୀ ଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।
ଉପନିବନ୍ଧକ କାର୍ଯ୍ୟାଳୟ ସ୍ଥାପନ ପାଇଁ ଦାବୀ ପତ୍ର ପ୍ରଦାନ।
62