53

ସିନାପାଲି – ୫/୦୩- ସିନାପାଲି ବ୍ଲକ ସିନାପାଲି କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଗୁରୁବାର ସ୍ଥାନୀୟ କେଂଦ୍ର ପ୍ରାଥମିକ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଇଓ ଯତୀଂଦ୍ର କୁମାର ସେଠ ଉଦ୍ଘାଟନ କରିଥିଲେ। ଏ ଅବସରରେ ସ୍ଥାନୀୟ ସିଆରସିସି ବଂଶୀଧର ଜଗତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ସଭାରେ ମୁଖ୍ୟଅତିଥି ଭାବରେ ବିଇଓ ଶ୍ରୀ ସେଠ ଓ ସମ୍ମାନିତ ଅତିଥି ଭାବରେ ବ୍ଲକ ଶିକ୍ଷକ ସଂଘ ସଭାପତି ପ୍ରସନ୍ନ କୁମାର ମାଝୀ ଯୋଗ ଦେଇଥିଲେ ।
ଶିକ୍ଷାଦାନ ସମୟରେ ପୁସ୍ତକର ମୌଖିକ ଶିକ୍ଷାଦାନ ଅପେକ୍ଷା ଶିକ୍ଷଣ ସାମଗ୍ରୀର ବ୍ୟବହାରିକ ଓ ଉଦାହରଣମୂଳକ ଶିକ୍ଷାଦାନ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିଥାଏ ଓ ଏହା କୋମଳମତି ପିଲାଙ୍କ ସ୍ମୃତିରେ ଦୀର୍ଘସ୍ଥାୟୀ ହୋଇପାରେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା ।
ଦେବପୂଜନ ପରେ ଅତିଥିଙ୍କ ଦ୍ୱାରା ମେଳା ଉଦଘାଟିତ ହୋଇଥିଲା । କ୍ଲଷ୍ଟର ଅନ୍ତର୍ଗତ ପ୍ରାୟ ଦଶଟି ବିଦ୍ଯାଳୟ ଏହି ମେଳାରେ ଭାଗ ନେଇଥିଲେ । ଉଦଘାଟନୀ ସଭାର ଶେଷରେ ନିକୁଞ୍ଜ ବିହାରୀ ସା ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମର ଉଦଯାପନୀ ସମାରୋହରେ ସିଆରସିସି ଶ୍ରୀଜଗତ ଅଧ୍ଯକ୍ଷତା କରିଥିବା ବେଳେ ମୁଖ୍ଯ ଅତିଥି ଭାବରେ ଏବିଇଓ ପ୍ରଦୀପ କୁମାର ପଣ୍ତା, ସମ୍ମାନିତ ଅତିଥି ଶିକ୍ଷକ ସଂଘ ସଭାପତି ଶ୍ରୀ ମାଝୀ, କଇଁଟପଦର ସିଆରସିସି ପ୍ରଦୀପ କୁମାର ନାଏକ ଉପସ୍ଥିତ ରହିଥିଲେ ।
ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତିରେ ପିଏମଶ୍ରୀ ଉଚ୍ଚ ବିଦ୍ଯାଳୟ ସିନାପାଲି, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ, ପଲସାପଡ଼ା, ଓ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ କାପସିକୁ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ କରି ପୁରସ୍କୃତ କରାଯାଇଥିଲା । ଉଭୟ ସଭାକୁ ଶିକ୍ଷକ ଅତୁଳ କୁମାର ପାତ୍ର ପରିଚାଳନା କରିଥିବା ବେଳେ ଶେଷରେ ରଶ୍ମିପ୍ରଭା ମେହେର ଧନ୍ଯବାଦ ଦେଇଥିଲେ ।