Home ରାଜ୍ୟସ୍ୱାଧୀନତା ସଂଗ୍ରାମୀ ମାନେ ଦେଇଥିବା ଅମୂଲ୍ୟ ସ୍ଵାଧୀନତାକୁ ପ୍ରବାସୀ ଶ୍ରମିକ ହିସାବରେ ଯାଇ ଅପମାନ କରିବା ନାହିଁ – ଜିଲ୍ଲାପାଳ

ସ୍ୱାଧୀନତା ସଂଗ୍ରାମୀ ମାନେ ଦେଇଥିବା ଅମୂଲ୍ୟ ସ୍ଵାଧୀନତାକୁ ପ୍ରବାସୀ ଶ୍ରମିକ ହିସାବରେ ଯାଇ ଅପମାନ କରିବା ନାହିଁ – ଜିଲ୍ଲାପାଳ

ନୂଆପଡାରେ ସାଲିହାଗଡ଼ କ୍ରାନ୍ତି ଦିବସ ପାଳିତ।

by Maraguda Express
0 comments

ନୂଆପଡା -୩୦/୯ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ଆଠ କିଲୋମିଟର ଦୂରେ ଅବସ୍ଥିତ ସାଲିହା      ଗ୍ରାମ ଶହୀଦ ସ୍ମୃତି ସ୍ତମ୍ଭ ପ୍ରାଙ୍ଗଣରେ ସାଲିହାଗଡ଼ ସ୍ମୃତି ପରିଷଦ , ଜିଲ୍ଲା ପ୍ରଶାସନ ନୂଆପଡା ଓ ପର୍ଯ୍ୟଟନ ବିଭାଗ, ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ “ସାଲିହାଗଡ଼ କ୍ରାନ୍ତି ଦିବସ- ୨୦୨୫” ମହାସମାରୋହରେ ପାଳିତ ହୋଇଯାଇଛି । ଖାମ୍ ସିଂ ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।

ସମ୍ମାନିତ ଅତିଥି ରୂପେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ପୂର୍ବତନ ସାଂସଦ ଚୁନିଲାଲ୍ ସାହୁ, ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଯୁବ ନେତା ଜୟ ଢୋଲକିଆ, ଜିଲ୍ଲା ବି ଜେ ଡି ସଭାପତି ଅବନୀ ରଞ୍ଜନ ଯୋଶୀ, ନୂଆପଡା ବ୍ଳକ୍ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ଉପାଧ୍ୟକ୍ଷ ଦିଲ୍ଲୀପ ନିର୍ମଲକର, ଖରିଆର ରୋଡ ଏନ୍ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଅଗ୍ରୱାଲ ,ବିଜେପି କୃଷକ ନେତା ଯଦୁମଣି ପାଣିଗ୍ରାହୀ, ସ୍ମୃତି ପରିଷଦ ତରଫରୁ ହୋମ୍ ସିଂ ମାଝୀ, ମହେଶ ରାମ ସାହୁ ପ୍ରମୁଖ ଏବଂ ବକ୍ତା ଭାବରେ ବିଶିଷ୍ଟ ଲେଖକ ସାହିତ୍ୟିକ ଡଃ ଶିବ ପ୍ରସାଦ ବେହେରା ଓ ଡଃ ବାସୁଦେବ ସୁନାନି ଯୋଗଦେଇଥିଲେ l ସମସ୍ତ ଅତିଥି ସଂଗ୍ରାମ ରକ୍ତ କ୍ଷେତ୍ର ସାଲିହାଗଡର ମହତ୍ତ୍ଵ ଏବଂ ସ୍ବାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନର ସ୍ମୃତି ଚାରଣ କରିଥିଲେ । ଜିଲ୍ଲାପାଳଙ୍କ ଅନୁରୋଧରେ ସ୍ବାଧୀନତା ସଂଗ୍ରାମୀଙ୍କ ପରିବାର ବର୍ଗ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ସ୍ବାଧୀନତା ସଂଗ୍ରାମୀ ଙ୍କ ପରିବାର ବର୍ଗଙ୍କୁ ଉପଢୌକନ, ମାନପତ୍ର ଓ ସ୍ମୃତି ଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ସମସ୍ତଙ୍କୁ ସ୍ବାଗତ କରି ଜିଲ୍ଲାପାଳ କହିଲେଯେ ନୂଆପଡାର ବୀର ପୂର୍ବ ପୁରୁଷ ସ୍ବାଧୀନତା ସଂଗ୍ରାମୀ ମାନେ ଆମକୁ ଯେଉଁ ଅମୂଲ୍ୟ ସ୍ଵାଧୀନତା ଦେଇଯାଇଛନ୍ତି ତାକୁ ପ୍ରବାସୀ ଶ୍ରମିକ ହିସାବରେ ଯାଇ ବରବାଦ କରିବା ନାହିଁ l ସମସ୍ତେ ଜିଲ୍ଲାରେ ରହି ସରକାରୀ ଯୋଜନାର ଲାଭ ଉଠାଇ ଏହାକୁ ସବୁଜ ସୁନ୍ଦର ଏବଂ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା କରି ପାରିଲେ ଏହା ସଂଗ୍ରାମୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ଦିବସ ଉପଲକ୍ଷେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ପ୍ରବନ୍ଧ, ଚିତ୍ରାଙ୍କନ ଓ ପ୍ରଶ୍ନମଞ୍ଚ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ଉତ୍ସବରେ ସମ୍ମାନିତ କରାଯାଇଥିଲା ।

ପଦ୍ମପୁର ୱାନ ରୁପି ଡାନ୍ସ ଗ୍ରୁପ୍, ଟି ଜି ଏସ ଡାନ୍ସ ଗ୍ରୁପ୍ ସାଇପଲା ଏବଂ ଅନ୍ୟାନ୍ୟ ଦଳ ସୁନ୍ଦର୍ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ନୂଆପଡ଼ା ରୋହିତ ଭୋଇ , ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଘନଶ୍ୟାମ ମୁଣ୍ଡ , ସଂସ୍କୃତି ଅଧିକାରୀ ରମେଶ କୁମାର ମହରା , ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା , ସରପଞ୍ଚ, ସାଲିହା ଗ୍ରାମ ପଞ୍ଚାୟତ ସହଯୋଗ କରିଥିଲେ l ଏହି ସମାରୋହରେ ବହୁ ସଂଖ୍ୟାରେ ଜନ ସାଧାରଣ ଅଂଶ ଗ୍ରହଣ କରି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha