Home ରାଜ୍ୟଉପନିର୍ବାଚନ: ଜିଲ୍ଲାପାଳ ଓ ଏସପି ଙ୍କ ନୂଆପଡା ବ୍ଲକ୍ ର ବିଭିନ୍ନ ବୁଥ ପରିଦର୍ଶନ।

ଉପନିର୍ବାଚନ: ଜିଲ୍ଲାପାଳ ଓ ଏସପି ଙ୍କ ନୂଆପଡା ବ୍ଲକ୍ ର ବିଭିନ୍ନ ବୁଥ ପରିଦର୍ଶନ।

by Maraguda Express
0 comments

ନୂଆପଡା -୧୨/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡା ବିଧାନସଭା ଉପ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଆଜି ନୂଆପଡା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୂସୁଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଗସ୍ତ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି । ନୂଆପଡା ବ୍ଲକ୍ ର ବିଭିନ୍ନ ଗ୍ରାମ ଯଥା ବିଶୋରା, ବାବନ୍ କେରା, ସେମେରିଆ, ପରକୋଡ, ବଲୋଦା, ବୁଢ଼ୀପାଲି, ଅମଲିଦାଦର ଖରିଆର ରୋଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳର ମୋଙ୍ଗ୍ରାପାଲି ସ୍କୁଲ୍ କୁ ମିଳିତ ଭାବରେ ଜିଲ୍ଲାପାଳ ଓ ଏସ୍ ପି ପରିଦର୍ଶନ କରିଥିଲେ । ଏହି ଗସ୍ତ ସମୟରେ ବିଡ଼ିଓ ନୂଆପଡା ରୋହିତ ଭୋଇ ଏବଂ ବି ଏଲ ଓ ସୁପର୍ ଭାଇଜର୍ ଅମିୟ ଜ୍ୟୋତି ପାଢ଼ୀ ଉପସ୍ଥିତ ଥିଲେ । ସବୁ ବୁଥ ମାନଙ୍କରେ ସମସ୍ତ ମୌଳିକ ସୁବିଧା ସହିତ ସରଞ୍ଚନା ଠିକ୍ ଅଛି ନା ନାହିଁ ଏବଂ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ । ଭୋଟ ଗ୍ରହଣ କେନ୍ଦ୍ର ହେବାକୁ ଥିବା ସମସ୍ତ ବିଦ୍ୟାଳୟରେ ପିଇବା ପାଣି, ବିଜୁଳି, ଶୌଚାଳୟ, ପାଚେରୀ ଇତ୍ୟାଦି ଅଛି ନା ନାହିଁ ପଚାରି ବୁଝିଥିଲେ l ଯେଉଁଠାରେ ଯାହା ଆବଶ୍ୟକ ଅତିଶିଘ୍ର ସେଇ ସବୁ କାମ ନିର୍ବାଚନ ଯଥେଷ୍ଟ ପୂର୍ବରୁ ସମ୍ପୂର୍ଣ କରିବା ପାଇଁ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha