Home ରାଜ୍ୟଉପାନ୍ତ ନଙ୍ଗଲବୋଡ ରେ ବ୍ୟାପୁଛି ଝାଡାବାନ୍ତି, ଆୟତ୍ତ କରିବାକୁ ଡାକ୍ତରୀ ସ୍ୱତନ୍ତ୍ର ଦଳ ପହଞ୍ଚିଲା

ଉପାନ୍ତ ନଙ୍ଗଲବୋଡ ରେ ବ୍ୟାପୁଛି ଝାଡାବାନ୍ତି, ଆୟତ୍ତ କରିବାକୁ ଡାକ୍ତରୀ ସ୍ୱତନ୍ତ୍ର ଦଳ ପହଞ୍ଚିଲା

by Maraguda Express
0 comments

ନୂଆପଡ଼ା -୨୪/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ର ଉପାନ୍ତ ବଣ ପାହାଡ଼ ଘେରା ନଙ୍ଗଲବୋଡ ଗ୍ରାମ ପଞ୍ଚାୟତ ର ବିଭିନ୍ନ ପଡା ଗ୍ରାମ ଗୁଡିକରେ ଝାଡାବାନ୍ତି ରୋଗ ବ୍ୟାପିଥିବା ବେଳେ ଆଜି ନୂଆପଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମଞ୍ଜୁରାଣି ସିଂ ଙ୍କ ନେତୃତ୍ବ ରେ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ପହଞ୍ଚି ଅଞ୍ଚଳ ର ରୋଗୀ ତଥା ଝାଡାବାନ୍ତି ହେଉଥିବା କାରଣ ଖୋଜୁଥିବା ବେଳେ ଆକ୍ରାନ୍ତ ରୋଗୀ ଙ୍କୁ ଆବଶ୍ୟକୀୟ ଔଷଧ ରକ୍ତ ପରୀକ୍ଷା ଓ ଜଳ ର ନମୁନା ସଂଗ୍ରହ କରି ଫେରିଛି। ଏଠାରେ ସୁଚନା ଯୋଗ୍ୟ ଯେ ସିନାପାଲି ସଦର ମହକୁମା ଠାରୁ ଦୀର୍ଘ ୩୦ କିଲୋମିଟର ଦୂର ବର୍ତ୍ତି ବଣ ପାହାଡ଼ ଘେରା ନଙ୍ଗଲବୋଡ ଗ୍ରାମ ପଞ୍ଚାୟତ ର ଅନେକ ପଡା ଗ୍ରାମ ରେ ଝାଡାବାନ୍ତି ରୋଗ ବ୍ୟାପିବା ଘଟଣା ଜଣାପଡିବା ପରେ ଏକ ସ୍ୱତନ୍ତ୍ର ମେଡିକାଲ ଦଳ ପହଞ୍ଚି ଥିଲେ। ସଂମ୍ପୃକ୍ତ ପଞ୍ଚାୟତ ର ଟାଙ୍ଗରି ପଡା, ଭଟାପାଣି କଲିଙ୍ଗ ଉଚ୍ଚ ବିଦ୍ୟାଳୟ ନଙ୍ଗଲବୋଡ ସେବା ଆଶ୍ରମ ରେ ଡାକ୍ତରୀ ଦଳ ପ୍ରଥମେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରିବା ସହ ସେଠାରେ ବ୍ୟବହାର ହେଉଥିବା ପାନୀୟ ଜଳ ପରିକ୍ଷା କରିଥିଲେ। ଡ଼ାକ୍ତରୀ ଦଳ ପଞ୍ଚାୟତ ର ବିଭିନ୍ନ ପଡା ଗ୍ରାମ କୁ ପହଞ୍ଚି ଡାଇରିଆ ସଂକ୍ରମଣ କାରଣ ଖୋଜୁ ଥିବା ବେଳେ ଅସ୍ୱାସ୍ଥ୍ୟକର ପରିବେଶ ଓ ବିଶୁଦ୍ଧ ପାନିୟ ଜଳ ସାଙ୍ଗ କୁ ଝରଣା ଓ ଜଙ୍ଗଲି ନାଳ ପାଣିକୁ ଗୋଧୋଇବା ଓ ବିଭିନ୍ନ କାର୍ଯ୍ୟ ରେ ଲଗାଉଥିବା କାରଣରୁ ଝାଡାବାନ୍ତି ବ୍ୟାପିଥିବା ଡାକ୍ତରୀ ଦଳ ପ୍ରକାଶ କରିଛନ୍ତି। ଏଠାରେ ପ୍ରଶ୍ନ ଉଠେ ଯେ ବଣ ପାହାଡ଼ ଘେରା ସିମାନ୍ତ ନଙ୍ଗଲବୋଡ ଗ୍ରାମ ୪ ଗୋଟି ପଡା ଗ୍ରାମ କୁ ନେଇ ଏକ ରାଜ୍ଯ ସ୍ୱ ଗ୍ରାମ କିନ୍ତୁ ଆଜି ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ଲୋକେ ବଞ୍ଚିତ ହୋଇ ରହିଛନ୍ତି। ହେଲେ ବିଶୁଦ୍ଧ ପାନୀୟ ଜଳ ନପାଇବାରୁ ପ୍ରତିବର୍ଷ ଏଭଳି ଅସ୍ୱାସ୍ଥ୍ୟକର ପରିବେଶ ର ଜଳ ବ୍ୟବହାର କରି ଡାଇରିଆ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଚଳିତ ବର୍ଷ ମଧ୍ଯ ଏହି ପଞ୍ଚାୟତ ର ବିଭିନ୍ନ ପଡା ଗ୍ରାମ ରେ ଡାଇରିଆ ରୋଗ ବ୍ୟାପିଛି। ଏହି ଖବର ସ୍ଥାନୀୟ ଆଶାକର୍ମୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜଣାଇବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସିନାପାଲି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ହେଲେ ରୋଗୀ ସଂଖ୍ୟା କମିବା ବଦଳରେ ବଢିବାରେ ଲାଗିଛି। ଏହି ଘଟଣା ନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମଞ୍ଜୁ ରାଣି ସିଂ , ଅଣୁଜିବି ବିଷେସଂଜ୍ଞ ସୁଚରିତା ସାହୁ, ମହାମାରୀ ରୋଗ ବିଶେଷଜ୍ଞ ଡାକ୍ତର ଜଗତ ବନ୍ଧୁ ମହାପାତ୍ର, ଜିଲ୍ଲା ତଥ୍ଯ ପରିଚାଳକ ପ୍ରତାପ ବେହେରା, ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀମାନ ସାହୁ, ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଲକ ରତ୍ନମଣି ଭୋଏ, ସ୍ୱାସ୍ଥ୍ୟ ପରିଦର୍ଶକ ହୃଷୀକେଶ ସା, ପରିଦର୍ଶକ ଧବଳେଶ୍ଵର ମେହେର, ଡାକ୍ତର ନର୍ଗିସ ଜାହାନ, ଏଏନଏମ ମଞ୍ଜୁରୀ ମେହେର, ସ୍ଥାନୀୟ ସରପଞ୍ଚ ଜଗଦୀଶ ମାଝି, ପିଇଓ ଭୋଜରାଜ ପ୍ରଧାନି ସମେତ ଅନେକ କର୍ମଚାରୀ ପହଞ୍ଚି ସଂମ୍ପୁକ୍ତ ଅଞ୍ଚଳ ରେ ସଚେତନ କରିବା ସହ ବିଭିନ୍ନ ପ୍ରକାର ଔଷଧ ବଣ୍ଟନ କରାଯାଇଛି। ଏହି ପ୍ରତିନିଧି ଦଳ ରେ ପ୍ରଥମେ ଭଟାପାଣି କଲିଙ୍ଗ ଉଚ୍ଚ ବିଦ୍ୟାଳୟ ପହଞ୍ଚି ସେଠାରେ ଆକ୍ରାନ୍ତ ଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ ବ୍ୟବହାର କରୁଥିବା ପାନୀୟ ଜଳ ର ପରିକ୍ଷା କରାଯାଇଥିଲା। ପରେ ଟାଙ୍ଗରିପଡା ରେ ଦେଖା ଯାଇଥିବା ଡାଇରିଆ ରୋଗୀ ସମେତ ଅନେକ ଲୋକଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଯାଇଥିଲା। ଉପରୋକ୍ତ ପଡା ରେ ୪ ଜଣ ଝାଡାବାନ୍ତି ଆକ୍ରାନ୍ତ ଥିବା ବେଳେ ସେମାନଙ୍କୁ ଆବଶ୍ୟକୀୟ ଔଷଧ ଦିଆଯାଇଛି। ସେହିପରି ନଙ୍ଗଲବୋଡ ସେବା ଆଶ୍ରମ ରେ ପରିସ୍ଥିତି ନିରୀକ୍ଷଣ କରିବା ସହ ୨ ଜଣ ଛାତ୍ର ଙ୍କୁ ଔଷଧ ଦିଆଯାଇଛି। ପରେ ନଙ୍ଗଲବୋଡ ସ୍ଥିତ ଆଶ୍ରମ ପଡା ରେ ମଧ୍ଯ ସ୍ୱାସ୍ଥ୍ୟ ଦଳ ପହଞ୍ଚି ସଚେତନ କରିବା ସହ ବିଭିନ୍ନ ଔଷଧ ବଣ୍ଟନ କରାଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ଆଗାମୀ ଦିନରେ ଉପାନ୍ତ ଅଞ୍ଚଳ ରେ କିଭଳି ପଦକ୍ଷେପ ନେଇ ଝାଡାବାନ୍ତି କୁ ରୋକିବା ରେ ସମର୍ଥ ହେଉଛି ତାକୁ ନେଇ ଅଞ୍ଚଳ ବାସି ଅପେକ୍ଷା କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ଅତିରିକ୍ତ ସ୍ୱାସ୍ଥ୍ୟ ଅଧିକାରୀ ଙ୍କୁ ପଚାରିବାରୁ ଏ ଅଞ୍ଚଳ ର ଲୋକେ ବିଭିନ୍ନ ଜଙ୍ଗଲ ଝରଣା ଓ ଅସ୍ୱାସ୍ଥ୍ୟକର ପରିବେଶ ର ପାନୀୟ ଜଳ ସାଙ୍ଗ କୁ ସଚେତନ ରହୁ ନାହାନ୍ତି, ଏଣୁ ଏଭଳି ଝାଡାବାନ୍ତି ବ୍ୟାପୁଛି। ଆମର ସ୍ୱତନ୍ତ୍ର ମେଡିକାଲ ଦଳ ନଜର ରଖିଛି। ଆବଶ୍ୟକୀୟ ଔଷଧ ପତ୍ର ଚିକିତ୍ସା ବ୍ୟବସ୍ଥା କରାଯାଉଛି ଏବଂ ସଚେତନତା ଅବ୍ୟାହତ ରଖା ଯାଇଛି ବୋଲି ପ୍ରକାଶ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha