Home ରାଜ୍ୟଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନର “ସ୍ଵଚ୍ଛତା ଦୂତ ” ଭାବେ ରୋହିତ ପୁଟେଲ ସମ୍ମାନିତ।

ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନର “ସ୍ଵଚ୍ଛତା ଦୂତ ” ଭାବେ ରୋହିତ ପୁଟେଲ ସମ୍ମାନିତ।

ସ୍ବଚ୍ଛ ସବୁଜ ସୁନ୍ଦର ନୂଆପଡା ଜିଲ୍ଲା ନିର୍ମାଣ ପାଇଁ ଆହୁରି ହଜାରେ ରୋହିତ ଆଗେଇ ଆସନ୍ତୁ - ଜିଲ୍ଲାପାଳ

by Maraguda Express
0 comments

ନୂଆପଡା – ୧୨/୧୦ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲାପ୍ରଶାସନ ର ବଳିଷ୍ଠ ପଦକ୍ଷେପ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ -ମୁକ୍ତ ନୂଆପଡା ଅଭିଯାନକୁ ସହଯୋଗ ସମର୍ଥନ କରି, ଖଡିଆଳ ବ୍ଲକର ଡୁଆଝର ଗ୍ରାମର ଯୁବ ପରିବା ବ୍ୟବସାୟୀ ରୋହିତ ପୁଟେଲ ଏକ ଦୃଢ ସଚେତନ ନାଗରିକ ଓ ସମାଜିକ ନେତୃତ୍ୱର ଦୃଷ୍ଟାନ୍ତ ହୋଇଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଠାରୁ ପ୍ରେରିତ ହୋଇ ସେ ନିଜ ଅଞ୍ଚଳର ବ୍ୟବସାୟୀମାନଙ୍କୁ ନିଷିଦ୍ଧ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ସାମଗ୍ରୀ, ଯେପରିକି ପଲିଥିନ ବ୍ୟାଗ ଓ ପ୍ଲାଷ୍ଟିକ ପାତ୍ର, ବ୍ୟବହାର ନକରିବାକୁ ସଚେତନ କରୁଛନ୍ତି। ସେ ଗ୍ରାହକମାନଙ୍କୁ ମଧ୍ୟ ନିଜ ସହିତ ପରିବେଶ- ଅନୁକୂଳ ଝୋଟ ବା କପଡ଼ା ଥଳି ନେଇ ଆସିବା ପାଇଁ ପ୍ରେରିତ କରୁଛନ୍ତି।ତାଙ୍କ ଏହି ନିରନ୍ତର ପ୍ରୟାସ ଓ ସମର୍ପଣ ଫଳରେ ସ୍ଥାନୀୟ ବଜାରରେ ପରିବେଶ ଅନୁକୂଳ ବିକଳ୍ପ ଆପଣାଇ ବାର ଏକ ସକାରାତ୍ମକ ପରିବର୍ତ୍ତନ ଦେଖାଦେଇଛି। ତାଙ୍କ ଏହି ଉଲ୍ଲେଖନୀୟ ଉଦ୍ୟମ ଓ ସତ୍ୟନିଷ୍ଠା କୁ ସ୍ୱୀକାର କରି, ଖରିଆର ମଣ୍ଡଳର ସ୍ୱଚ୍ଛତା ଟିମ୍ ଜିଲ୍ଲା ପ୍ରଶାସନ, ନୂଆପଡା ଙ୍କ ପକ୍ଷରୁ ତାଙ୍କୁ ସମ୍ମାନ ଓ ପ୍ରଶଂସାର ସହିତ ଅଭିନନ୍ଦନ କରି “ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଅଭିଯାନର ସ୍ବଚ୍ଛତା ଦୂତ” ଭାବେ ଘୋଷଣା କରିଛନ୍ତି।
ରୋହିତ ଙ୍କ କାହାଣୀ ଏହା ପ୍ରମାଣ କରେ ଯେ, ସଚେତନତା ଓ ଦାୟିତ୍ୱ ର ଛୋଟ ଉଦ୍ୟମ ମଧ୍ୟ ବିଶାଳ ପରିବର୍ତ୍ତନ ଆଣି ପାରେ। ସେ ସମୁଦାୟ ଭାଗୀଦାରି ର ମହତ୍ତ୍ୱକୁ ଜାଗୃତ କରି ନୂଆପଡା ଜିଲ୍ଲାର ଏକକ ବ୍ୟବହୃତ ପ୍ଲାଷ୍ଟିକ ମୁକ୍ତ ଓ ସ୍ୱଚ୍ଛ ପରିବେଶ ଗଠନର ଲକ୍ଷ୍ୟକୁ ଆଗକୁ ବଢ଼ାଇ ନେଉଛନ୍ତି। ରୋହିତ ଙ୍କ ଏହି ପରିବେଶ ସୁରକ୍ଷା ପାଇଁ ପ୍ରତିବଦ୍ଧତା ଓ କର୍ତ୍ତବ୍ୟ ନିଷ୍ଠାରେ ଜିଲ୍ଲାପାଳ ଖୁସି ବ୍ୟକ୍ତ କରି,ସ୍ବଚ୍ଛ ସବୁଜ ସୁନ୍ଦର ନୂଆପଡା ଜିଲ୍ଲା ନିର୍ମାଣ ପାଇଁ ଆହୁରି ହଜାର ହଜାର ରୋହିତ ଆଗେଇ ଆସନ୍ତୁ ବୋଲି ଆହ୍ବାନ ଦେଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha