17
ନୂଆପଡ଼ା -୨୧/୨- ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ, କୋମନା ର ଜାତୀୟ ସେବା ଯୋଜନା (ଏନଏସଏସ) ରୁ ମନୋନୀତ ହୋଇ କାର୍ଯ୍ୟକ୍ରମ ଅଧିକାରୀ ନଳିନୀକାନ୍ତି ସା ଙ୍କ ସହିତ ସ୍ବେଚ୍ଛାସେବୀ ଜସ୍ମିନ ସାହୁ,ହିମାଦ୍ରୀ ଶବର ଓ ପଦ୍ମନ ଜଗତ୍ କଟକ ରେ ପହଞ୍ଚିଛନ୍ତି । ସେମାନେ କଟକ ର ମହାନଦୀ ଠାରେ ରାଜ୍ଯ ସରକାର ଙ୍କ ତରଫ ରୁ ଆୟୋଜିତ ଏକ ଦୁଃସାହସିକ ଜଳକ୍ରୀଡା ଶିବିର ରେ ଯୋଗ ଦେଇଛନ୍ତି। ଏହି ଶିବିର ଆଜି ଠାରୁ ରୁ ୨୪ ତାରିଖ ପର୍ଯ୍ଯନ୍ତ ଚାଲିବ। ଏଥିରେ ଯୋଗ ଦେବା ପାଇଁ କୋମନା ରୁ ସ୍ବେଚ୍ଛାସେବୀ ମାନେ ଗତକାଲି ବାହାରି ଥିଲେ । ସେଠାରେ ସେମାନେ ନୌକାବିହାର, ସ୍କୁବା ଡ଼ାଇଭିଙ୍ଗ ଇତ୍ୟାଦି ର ଉତ୍ତମ ପ୍ରଶିକ୍ଷଣ ନେବେ।