Home ରାଜ୍ୟରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଲେଶ୍ଵର ର ଛାତ୍ରଙ୍କ ବିରାଟ ସଫଳତା।

ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳାରେ ପିଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭାଲେଶ୍ଵର ର ଛାତ୍ରଙ୍କ ବିରାଟ ସଫଳତା।

by Maraguda Express
0 comments

ନୂଆପଡ଼ା -୨୯/୧୨ (ସୁରେନ୍ଦ୍ର ତିୱାରୀ ) ରାଜ୍ୟ ର ଉପାନ୍ତ ଅଞ୍ଚଳ ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ଭାଲେଶ୍ୱର ସ୍ଥିତ ପି ଏମ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଦଶମ ଶ୍ରେଣୀର ଛାତ୍ର ନେହେରୁ ପଟେଲ ଙ୍କ ” ସୌରଶକ୍ତି ସମ୍ମିଳିତ ସ୍ୱୟଂଚାଳିତ ସ୍ପ୍ରେୟାର ମେସିନ୍” (Solar Combined Automated Sprayer Machine) ପ୍ରକଳ୍ପ ନେଇ ୫୨ ତମ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା, ଭୁବନେଶ୍ୱର ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ଏବଂ ଜୋନାଲ ସ୍ତରୀୟ (କୋଲକାତା) ପାଇଁ ମନୋନୀତ ହୋଇଛନ୍ତି। ଏ ଖବର ନୂଆପଡ଼ା ଜିଲ୍ଲା ରେ ପ୍ରସାରିତ ହେବା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଉପରୋକ୍ତ ପ୍ରକଳ୍ପ ଟି ଗଣିତ ଶିକ୍ଷକ ବିକାଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନ ରେ ପ୍ରସ୍ତୁତ ହୋଇଥିଲା। ଛାତ୍ର ନେହେରୁ ଙ୍କ ଏହି ସଫଳତା ବିଦ୍ୟାଳୟ ପାଇଁ ତଥା ନୂଆପଡ଼ା ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ହେବା ସହିତ, ଅନ୍ୟ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂତନ ଅନ୍ୱେଷଣ ପାଇଁ ପ୍ରେରଣା ଯୋଗାଇଛି। ଏହି ସଫଳତା ପାଇଁ ନୂଆପଡ଼ା ଜିଲ୍ଲାର ଡି.ଏସ.ଏସ. ଗିରିଧାରି ସା , ବିଦ୍ୟାଳୟର ପ୍ରିନ୍ସିପାଲ୍ ରାମନାଥ ଜାଲ, ଅନ୍ୟ ସହକର୍ମୀ ବୃନ୍ଦ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ନେହେରୁ ପଟେଲ ଓ ତାଙ୍କ ମାର୍ଗ ଦର୍ଶକ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସଫଳତା, ନେହେରୁ ଙ୍କ ଭବିଷ୍ୟତରେ ଅଧିକ ସୃଜନଶୀଳ ପ୍ରୟାସ ପାଇଁ ପ୍ରେରିତ କରିବା ସହିତ, ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଏକ ଉଦାହରଣ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha