91
ନୂଆପଡ଼ା -୨୧/୨- ନୂଆପଡ଼ା ପୋଲିସ କୁ ବଡ ସଫଳତା ୩ କୋଟି ରୁ ଉର୍ଦ୍ଧ ସାଇବର ଠକେଇ ଅଭିଯୋଗ ରେ ୬ ଅଭିଯୁକ୍ତ ଗିରଫ। ଆଜି ଜିଲ୍ଲା ପୋଲିସ ମୁଖ୍ୟଳୟ ନୂଆପଡ଼ା ରେ ଆହୁତ ଏକ ସାମ୍ବାଦିକ ସମ୍ମିଲନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ପ୍ରଦାନ କରିଛନ୍ତି। ଏଭଲି ସାଇବର ଠକେଇ ରୁ ଜନ ସାଧାରଣ ସତର୍କ ରହିବାକୁ ଅନୁରୋଧ କରିଛନ୍ତି। ସାଇବର ଠକେଇ ଭିଯୋଗରେ ଜିଲ୍ଲା ର ବିଭିନ୍ନ ଥାନା ରେ କେସ ରୁଜୁ ହୋଇଥିବା ବେଳେ ଏହି ଘଟଣା ର ସରଜମିନ ତଦନ୍ତ ନେଇ ଏକ ସ୍ବତନ୍ତ୍ର ଦଳ ଗଠନ କରିଥିଲେ। ଜିଲ୍ଲା ଆରକ୍ଷି ଅଧିକ୍ଷକ ଅମୃତ ପାଲ ସିଂ ଙ୍କ ନେତୃତ୍ୱରେ ଦଳ ବିଭିନ୍ନ ସ୍ଥାନ ଏବଂ ସହର କୁ ଯାଇ ଘଟଣା ର ତଦନ୍ତ କରିଥିଲେ। ଅପରେସନ ସାଇବର୍ କବଚ ମାଧ୍ୟମ ରେ ନୂଆପଡ଼ା ଥାନା କେସ ନମ୍ୱର -୩୭ ର ତଦନ୍ତ କରି ଅଞ୍ଚଳ ରୁ ୬ ଜଣ ଅଭିଯୁକ୍ତକୁ ଗିରଫ କରି ଥିବା ବେଳେ ଠକେଇ ପାଇଁ ବ୍ୟବହୃତ ସାମଗ୍ରୀ, ନକଲି ବ୍ୟାଙ୍କ ପାସ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ତଦନ୍ତ ଅବ୍ୟାହତ ଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ ପ୍ରକାଶ କରିଛନ୍ତି। ଜନ ସାଧାରଣ ସତର୍କତା ସହ ସାଇବର ଠକେଇ ରୁ ସାବଧାନତା ଅବଲମ୍ବନ ନିତାନ୍ତ ଆବଶ୍ୟକ ବୋଲି ସୂଚାଇ ଦେଇଛନ୍ତି।