
ନୂଆପଡ଼ା -୨୫/୭(ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ସ୍ଥିତ ସରକାରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ ମହାବିଦ୍ୟାଳୟରେ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିରୋଧ) ଆଇନ ସମ୍ବନ୍ଧିତ ସଚେତତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ଦାସ, ସବ୍ ଇନ୍ସପେକ୍ଟର ବିନୋଦ ବିହାରୀ ସେଠୀ, ଧରମବନ୍ଧା ସରପଞ୍ଚ ଭୁବନେଶ୍ବରୀ ଦଣ୍ଡସେନା, ଅଧିକାର ମିତ୍ରଗଣ ଓ ଛାତ୍ର ଛାତ୍ରୀଙ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଚିବ ନବନୀତା ଦାଶ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ, ପ୍ରତିକାର ଓ ନିବାରଣ ଆଇନ ୨୦୧୩ ଏବଂ ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିରୋଧ) ଆଇନ ସମ୍ବନ୍ଧରେ ବିସ୍ତୃତ ଆଲୋକପାତ କରିଥିଲେ ଏବଂ ସମସ୍ତ ସରକାରୀ ତଥା ବେସରକାରୀ ସଂସ୍ଥାରେ ଏହି ଆଇନର କଡାକଡି ପାଳନ ପାଇଁ ଆହ୍ବାନ କରିଥିଲେ । ଏହି ଅବସରରେ ଧରମବନ୍ଧା ଠାରେ ସ୍ୱଚ୍ଛ ଓ ସବୁଜ ନୂଆପଡ଼ା ଗଠନ ପାଇଁ ଏକ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ସଂଗ୍ରହ ଓ ସଫେଇ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଅନୁସୂଚିତ ଜାତି ଓ ଜନଜାତି (ନିର୍ଯାତନା ନିରୋଧ) ଆଇନ ସମ୍ବନ୍ଧିତ ସଚେତତା ଶିବିର
173
previous post