85
ବୋଡେ଼ନ -୨୫/୮ (ଜଗତରାମ ଦଣ୍ଡସେନା ) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଘନଶ୍ୟାମ ମାଝୀ ଙ୍କ ତୃତୀୟ ପୁତ୍ର ବିବେକାନନ୍ଦ ମାଝୀ ଗତକାଲି କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ସେ ଆଜକୁ ବହୁ ଦିନହେଲା ନୂଆପଡା ବ୍ଲକ ଦର୍ଲିମୁଣ୍ଡା ପଞ୍ଚାୟତ ର ଖଲିଆପାଣି ଗ୍ରାମରେ ସ୍ତ୍ରୀ ରେଖା, ଦୁଇପୁତ୍ର ସହ ରହିଆସୁଥିଲେ କିନ୍ତୁ ହଠାତ କୌଣସି କାରଣ ବଶତଃ ସେ ବିଷ ପାନ କରିଦେଇଥିଲେ ବୋଲି କୁହାଯାଉଛି l ତାଙ୍କୁ ତୁରନ୍ତ ନୂଆପଡା ଜିଲ୍ଲା ମୂଖ୍ୟ ଡାକ୍ତର ଖାନା ରେ ଭର୍ତ୍ତି କରିଥିଲେ ହେଁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଯାଇଛି l ଆଜି ସକାଳେ ତାଙ୍କର ପୈତୃକ ଗ୍ରାମ ଖଇରା ରେ ବନ୍ଧୁବାନ୍ଧବ ଶହ ଅନ୍ତିମ ସଂସ୍କାର କରାଯାଇଛି l ସେ ମିଷ୍ଟ ଭାସି ଓ ମେଳାପୀ ପ୍ରକୃତିର ବ୍ୟକ୍ତି ହୋଇଥିବାରୁ ଖଇରା ଅଞ୍ଚଳରେ ତାଙ୍କ ମୃତ୍ୟୁ ଖବର ଶୁଣି ଶୋକର ଲହରି ଖେଳି ଯାଇଛି ।