Home ରାଜ୍ୟଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମକୋର୍ଟଙ୍କ ସୁଭାସ ସୋଫ୍ଟୱାୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ଓ ବିଭିନ୍ନ ନିୟମ ଉପରେ ସଚେତନତା ଶିବିର ।

ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମକୋର୍ଟଙ୍କ ସୁଭାସ ସୋଫ୍ଟୱାୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ଓ ବିଭିନ୍ନ ନିୟମ ଉପରେ ସଚେତନତା ଶିବିର ।

ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମକୋର୍ଟଙ୍କ ସୁଭାସ ସୋଫ୍ଟୱାୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ନିୟମ, ୨୦୨୦, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ନିୟମ, ୨୦୦୭ ଏବଂ ଦେୱାନୀ ପ୍ରଣାଳୀରେ ମଧ୍ୟସ୍ଥତା ନିୟମ, ୨୦୦୭ ସମ୍ବନ୍ଧରେ ସଚେତନତା ଶିବିର ।

by Maraguda Express
0 comments

 ନୂଆପଡ଼ା -୨୪/୮ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଜିଲ୍ଲା ଓକିଲ ସଂଘ ସଭାଗୃହରେ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମକୋର୍ଟଙ୍କ ସୁଭାସ ସଫ୍ଟୱେୟାର୍ ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ନିୟମ, ୨୦୨୦, ଦେୱାନୀ ପ୍ରଣାଳୀରେ ବିକଳ୍ପ ବିବାଦ ସମାଧାନ ନିୟମ, ୨୦୦୭ ଏବଂ ଦେୱାନୀ ପ୍ରଣାଳୀରେ ମଧ୍ୟସ୍ଥତା ନିୟମ, ୨୦୦୭ ସମ୍ବନ୍ଧରେ ଏକ ଆଇନ ସଚେତନା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ମହିଳା କୋର୍ଟ ଜଜ୍ ସରୋଜିନୀ ସାହୁ, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ନାତକୀ ଦାଶ, ଜିଲ୍ଲା ଓକିଲ ସଂଘ ସଚିବ ପ୍ୟାରିଲାଲ ଦେୱାଙ୍ଗନ,ଜିଲ୍ଲା ଦେୱାନୀ ଓକିଲ ସଂଘ ଉପସଭାପତି ପ୍ରବୀଣ ରଞ୍ଜନ ପଟ୍ଟନାୟକ, ସଚିବ ଦେବଦତ୍ତ ଦିକ୍ଷିତ, ବରିଷ୍ଠ ଅଧିବକ୍ତା କୁମୁଦ କୁମାର ହୋତା, ଓକିଲଗଣ ଓ ଅଧିକାର ମିତ୍ରଗଣ ଉପସ୍ଥିତ ଥିଲେ । ସଚିବ ସୁଶ୍ରୀ ଦାଶ ଉଚ୍ଚତମ ନ୍ୟାୟାଳୟଙ୍କ ନିଷ୍ପତ୍ତି ଗୁଡ଼ିକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ସୁପ୍ରିମକୋର୍ଟଙ୍କ ସୁଭାସ ସୋଫ୍ଟୱାୟାର ମାଧ୍ୟମରେ ଇଂରାଜୀରୁ ଆଞ୍ଚଳିକ ଭାଷାରେ ଅନୁବାଦ କରି ଜନସାଧାରଣଙ୍କ ପାଖକୁ ପହଞ୍ଚାଇ ପାରିଲେ ଜନସାଧାରଣ ସରଳ ଭାବରେ ବୁଝିପାରିବେ ତଥା ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଭାସୀ ଆଇନ, ୨୦୨୦ ଦ୍ବାରା ଆଭାସୀ ମାଧ୍ୟମରେ ନ୍ୟାୟାଳୟରେ ସାକ୍ଷ୍ୟ ଓ ଆନ୍ୟାନ୍ୟ କାର୍ଯ୍ୟ ହେଉଥିବାରୁ ମାମଲା ଗୁଡିକର ଶିଘ୍ର ତଥା ସରଳ ଉପାୟରେ ସମାଧାନ ହୋଇପାରୁଛି ବୋଲି ଆଲୋକପାତ କରିଥିଲେ । ବିକଳ୍ପ ବିବାଦ ସମାଧାନ ପ୍ରଣାଳୀ ଓ ମଧ୍ୟସ୍ଥତା ମାଧ୍ୟମରେ ନିଜର ବହୁଦିନର ମାମଲାଗୁଡିକର ଆପୋଷ ବୁଝାମଣା ଓ ସରଳ ଉପାୟରେ ସମାଧାନ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha