ନୂଆପଡ଼ା -୨୮/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ସମଲେଶ୍ୱରୀ ଅବସରପ୍ରାପ୍ତ କର୍ମଚାରୀ ସଂଘ ର ଏକ ସାଧାରଣ ଅଧିବେଶନ ଡ଼. କପିଳେନ୍ଦ୍ର ଦାସ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଜିତାମିତ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ବୈଠକରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଇଂ ପ୍ରଦୀପ ସାଗର ଦୁରିଆ, ଅବସରପ୍ରାପ୍ତ ଗୋଷ୍ଠୀଶିକ୍ଷା ଅଧିକାରୀ ଇନ୍ଦ୍ରମଣି ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ଠାକୁର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂଘ ର ଉତ୍ତରୋତ୍ତର ଉନ୍ନତି କାମନା କରି ମାର୍ଗଦର୍ଶନ ଦେଇଥିଲେ। ସଂଘ ର ଉନ୍ନତି, ନୂତନ ପରିଚାଳନା ସମିତି ପୁନର୍ଗଠନ, ସଭ୍ୟ ସଂଗ୍ରହ, ସଂଘର ନିଜସ୍ୱ ଗୃହ ନିର୍ମାଣ ଆଦି ବିଷୟ ରେ ହରେରାମ କଠାର, ଶରତ ଚନ୍ଦ୍ର ପାଣିଗ୍ରାହୀ, ଘନଶ୍ୟାମ କରୁଆଁ, ଚିତ୍ତରଞ୍ଜନ ସୁନାନୀ ପ୍ରମୁଖ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ.। ପରବର୍ତ୍ତୀ ସାଧାରଣ ବୈଠକ ୧୦ ଅଗଷ୍ଟ ୨୦୨୫ ତାରିଖ ରେ କରାଯିବାକୁ ସର୍ବ ସମ୍ମତ ପ୍ରସ୍ତାବ ଗୃହୀତ କରାଯାଇଥିଲା।କୃଷ୍ଣରାଜ ମହାପାତ୍ର ସଭା ପରିଚାଳନା କରିଥିବା ବେଳେ ଯୁଗଳ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
କୋମନା ବ୍ଲକ: ଅବସରପ୍ରାପ୍ତ କର୍ମଚାରୀ ସଂଘ ବୈଠକ ଅନୁଷ୍ଠିତ
205