Home ରାଜ୍ୟକୋମନା ବ୍ଲକ: ଡୋଙ୍ଗରିପାଲି ଉପରପଡ଼ା ଗାଁ ରାସ୍ତା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ପଡୁ।

କୋମନା ବ୍ଲକ: ଡୋଙ୍ଗରିପାଲି ଉପରପଡ଼ା ଗାଁ ରାସ୍ତା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଦୃଷ୍ଟି ପଡୁ।

by Maraguda Express
0 comments

ନୂଆପଡ଼ା -୧/୮(ସୁରେନ୍ଦ୍ର ତିୱାରୀ) ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତାଘାଟ ର ଉନ୍ନତି ପାଇଁ ବିଭିନ୍ନ ଯୋଜନା ଓ ପାଣ୍ଠିର ବ୍ୟବସ୍ଥା କରିଛନ୍ତି କିନ୍ତୁ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କ ଉଦାସୀନ ମନୋଭାବ ଯୋଗୁଁ ରାସ୍ତାର ଉନ୍ନତିକରଣ କାମ ହେଉ ନଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଲି ଏକ ଖବର ନୂଆପଡା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଡୋଙ୍ଗରିପାଲି ଉପରପଡା ମୁଖ୍ୟ ରାସ୍ତା ରେ ପାଣିକାଦୁଅ ଜମା ହୋଇ ରହିଥିବା ଯୋଗୁଁ ତାହା ଯାତାୟତ ରେ ବାଧକ ସୃଷ୍ଟି ହେଉଛି। ଏହି ରାସ୍ତା ଟିକ୍ରାପଡା ମୁଖ୍ୟ ରାସ୍ତା ସହ ସଂଯୋଗ ହୋଇ ବୁଦ୍ଧିକୋମନା ଯିବା ଛକ ନିକଟରେ ଏ ଅବସ୍ଥା ଦେଖା ଦେଇଛି।ସେଥିପାଇଁ ସ୍ଥାନୀୟ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତାଟି ଖାଲଖମା ହୋଇ ପାଣି କାଦୁଅ ପଚ୍ ପଚ୍ ହୋଇଯାଇଛି। ଏହା ଜନସାଧାରଣଙ୍କ ମୁଖ୍ୟ ରାସ୍ତା ହୋଇଥିବାରୁ ମରାମତି କରିବା ଆବଶ୍ୟକ ବୋଲି ବ୍ଲକ ବିଜେପି ଏସ ସି ମୋର୍ଚ୍ଚା ସଭାପତି ଲୋକନାଥ ସିନ୍ଦୂର ସହ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ ବିଦ୍ୟାଳୟ ର ଛାତ୍ରଛାତ୍ରୀ ବ୍ୟତୀତ ଗାଁର ଲୋକମାନେ ଓ ଅଞ୍ଚଳ ର ଜନସାଧାରଣ ଯିବା ଆସିବା କରନ୍ତି। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କୁ ଗାଁ ରାସ୍ତା ନିର୍ମାଣ କରିବା ପାଇଁ ଡୋଙ୍ଗରିପାଲି ଗ୍ରାମର ଲଷ୍ମୀଚରଣ ଶବର, ଫୁଲେଶ୍ୱରୀ ଶବର, ପଦ୍ମା ମାଝୀ,ଶିବୁ ମହାଖୁଡ଼ ଓ ଜନସାଧାରଣ ଦାବୀ କରିଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha