Home ରାଜ୍ୟସେମାନେ ଭୁଞ୍ଜିଆ ଓ ଏ ମାନେ ବି ଭୁଞ୍ଜିଆ, ତେବେ ସରକାରଙ୍କ ତାଙ୍କ ପ୍ରତି ବୈମାତୃକ ମନୋଭାବ କାହିକିଁ ?

ସେମାନେ ଭୁଞ୍ଜିଆ ଓ ଏ ମାନେ ବି ଭୁଞ୍ଜିଆ, ତେବେ ସରକାରଙ୍କ ତାଙ୍କ ପ୍ରତି ବୈମାତୃକ ମନୋଭାବ କାହିକିଁ ?

by Maraguda Express
0 comments

ନୂଆପଡ଼ା -୧/୮(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା, ଦେଓଧରା, ନାଗପଡା ଗ୍ରାମପଞ୍ଚାୟତ ର ଭୁଞ୍ଜିଆ ସମ୍ପ୍ରଦାୟର ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସେମାନଙ୍କୁ ଅଣଦେଖା କରି ବୈମାତୃକ ମନୋଭାବ ର ଶିକାର ହେଉଥିବା ଅଭିଯୋଗ ଆଣିଛନ୍ତି। ସୂଚନା ମୁତାବକ ଭାରତ ସରକାରଙ୍କ ଜନଜାତି ବ୍ୟାପାର ମନ୍ତ୍ରଣାଲୟ ଦ୍ୱାରା ଜାରୀ କରାଯାଇଥିବା ଏସଓପି ଅନୁସାରେ ଏଫ ନମ୍ୱର ୧୮୦୧୫/୨୮/୨୦୨୨ ପିଭିଟିଜି ମାଧ୍ୟମରେ ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଘର ଦିଆଯିବା ନିମନ୍ତେ ସୁନାବେଡା, ରଜନା, ଦେଓଧରା ଏବଂ ନାଗପଡା ଗ୍ରାମପଞ୍ଚାୟତର ବସବାସ କରୁଥିବା ଭୁଞ୍ଜିଆ ଜନଜାତିମାନଙ୍କୁ ଘର ଦିଆଯିବ ବୋଲି ନିର୍ଦେଶ ଆସିଥିଲା। ଜିଲ୍ଲା ପ୍ରଶାସନର ନିର୍ଦେଶ ଅନୁସାରେ ଗ୍ରାମପଞ୍ଚାୟତ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ପ୍ରତି ଗାଁ କୁ ଘର ଘର ବୁଲି ସର୍ଭେ କରି ଜିଓ ଟ୍ୟାଗିଙ୍ଗ ମଧ୍ୟ କରିଥିଲେ କିନ୍ତୁ ବର୍ତ୍ତମାନ ଶୁଣିବାକୁ ଓ ଜାଣି ପାରିଲେ ଯେ ସୁନାବେଡା ଓ ସୋସେଙ୍ଗ ଗ୍ରାମପଞ୍ଚାୟତର ଭୁଞ୍ଜିଆ ମାନଙ୍କୁ ହିଁ ଏହି ସୁବିଧା ସୁଯୋଗ ମିଳିବ ଓ ଆଉ କାହାରିକୁ ମଧ୍ୟ ମିଳିବ ନାହିଁ। ବର୍ତ୍ତମାନ ପୁନଃବାର ସୁନାବେଡା ଓ ନୂଆପଡା ବ୍ଲକର ୨୧ଟି ଗାଁରୁ ୪ ଗୋଟି ଗାଁ ର ଭୁଞ୍ଜିଆମାନଙ୍କୁ ଉପରୋକ୍ତ ଯୋଜନାରେ ସାମିଲ କରି ଘର ଦିଆଯାଉଛି। ସେମାନଙ୍କ କହିବା ଅନୁସାରେ ସୁନାବେଡା ଅଞ୍ଚଳର ଭୁଞ୍ଜିଆ ସମ୍ପ୍ରଦାୟ ଓ କୋମନା ବ୍ଲକର ରଜନା, ଦେଓଧରା, ନାଗପଡା ଗ୍ରାମର ଭୁଞ୍ଜିଆ ସମ୍ପ୍ରଦାୟର ରୀତିନୀତି, ଚାଲିଚଲଣ,ସଂସ୍କୃତି, ପରମ୍ପରା, ଓ ଜାତି ଗୋତ୍ର ଏକ ପ୍ରକାର ଅଟେ। ଆମ ଓ ତାଙ୍କ ଭିତରେ କୌଣସି ଫରକ ନାହିଁ କିନ୍ତୁ ଜିଲ୍ଲା ପ୍ରଶାସନ ଆମ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ ଭେଦଭାବ ସୃଷ୍ଟି କରୁଅଛି ବୋଲି ମତ ପ୍ରକାଶ କରିଛନ୍ତି। ଭାଇ ଭାଇ ଭିତରେ ବିଦ୍ରୋହର ନିଆଁ ଲଗାଉଛନ୍ତି। ଯାହା ଫଳରେ ସରଳ, ଶାନ୍ତ,ଗରିବ, ଖଟିଖିଆ ଆଦିବାସୀ ମାନଙ୍କ ମନରେ ଖୁବ ଆଘାତ ସୃଷ୍ଟି ହୋଇଛି। ତେଣୁକରି ନିଜର ହକ ଓ ସରକାରୀ ଯୋଜନାର ସୁବିଧା ପାଇବା ପାଇଁ ଭୁଞ୍ଜିଆ ସମ୍ପ୍ରଦାୟର ପ୍ରଭାସ ଚିନ୍ଦା, ପଦ୍ମ ଲୋଚନ ଚିନ୍ଦା, ମହେନ୍ଦ୍ର ଚିନ୍ଦା,ଘନ ଚିନ୍ଦା, ସୁବଳ ଚିନ୍ଦା,ମୁକୁନ୍ଦ ଚିନ୍ଦା, ସୁମନ ଚିନ୍ଦା, ସରସ୍ବତୀ ଚିନ୍ଦା, କହ୍ନେଇ ଚିନ୍ଦା, ରାମାନନ୍ଦ ଚିନ୍ଦା,ସୁବାଷ ଚିନ୍ଦା ସହ ଅନ୍ୟାନ୍ୟ ଭୁଞ୍ଜିଆ ସମ୍ପ୍ରଦାୟର ଲୋକମାନେ ନୂଆପଡ଼ା ଯାଇ ଅତିରିକ୍ତ ଜିଲ୍ଲାପାଳ ମହାଶୟଙ୍କୁ ନିଜର ଦାବୀ ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲା ପ୍ରଶାସନ ଏହା ଉପରେ ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରି ତାଙ୍କ ହକ ପ୍ରଦାନ କରିବାକୁ ଦାବି ହେଉଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha