Home ରାଜ୍ୟଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ : ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ।

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସମୀକ୍ଷା ବୈଠକ : ତାମିଲନାଡୁ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲାପାଳ।

by Maraguda Express
0 comments
ନୂଆପଡା -୨୯/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU) ର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଶିଶୁ ସୁରକ୍ଷା, ପୁନର୍ବାସ ଓ କଲ୍ୟାଣ ସମ୍ପର୍କିତ କାର୍ଯ୍ୟାବଳୀ ଉପରେ ସମୀକ୍ଷା କରାଯାଇଥିଲା।
ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚିନ୍ମୟ ସାଗର ଡି ସି ପି ୟୁ ,DCPU ଦ୍ୱାରା ଶିଶୁମାନଙ୍କ ସୁରକ୍ଷା, ଉଦ୍ଧାର, ପୁନର୍ବାସ ଓ ଆଇନଗତ ସହାୟତା ନିମନ୍ତେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ।
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ ତମିଲନାଡୁର ଏକ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଉକ୍ତ ଦମ୍ପତି ଜିଲ୍ଲାରେ ଚାଇଲ୍ଡଲାଇନ ନୂଆପଡା ଦ୍ୱାରା ୩ ଅକ୍ଟୋବର ୨୦୨୫ ରେ ଉଦ୍ଧାର କରାଯାଇଥିବା ଏକ ନବଜାତ କନ୍ୟା ଶିଶୁକୁ ପୋଷ୍ୟ ନେଇଛନ୍ତି।ଚାଇଲ୍ଡଲାଇନ ନୂଆପଡା ଦ୍ୱାରା ଉଦ୍ଧାର ପରେ ଉକ୍ତ ଶିଶୁକୁ ଉତ୍କଳ ବାଳାଶ୍ରମ ସ୍ପେସିଆଲାଇଜ୍ଡ ଆଡପ୍ସନ ଏଜେନ୍ସି (SAA), ନୂଆପଡାରେ ରଖାଯାଇଥିଲା। ୧୦ ନଭେମ୍ବର ୨୦୨୫ ତାରିଖରେ ଶିଶୁଟିକୁ ଆଇନଗତ ଭାବେ ପୋଷ୍ୟ ପାଇଁ ମୁକ୍ତ ଘୋଷଣା କରାଯାଇଥିଲା। ଏହାପରେ ତମିଲନାଡୁର ପୋଷ୍ୟ ଅଭିଭାବକମାନେ ଶିଶୁଟିକୁ ପୋଷ୍ୟ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ୫ ଡିସେମ୍ବର ୨୦୨୫ ତାରିଖରେ ଆଡପ୍ସନ କମିଟି ଦ୍ୱାରା ଦସ୍ତାବେଜ ସତ୍ୟାପନ ପରେ ଶିଶୁଟିକୁ ପ୍ରି-ଆଡପ୍ସନ ଫୋଷ୍ଟର କେୟାର ଅନ୍ତର୍ଗତ ପୋଷ୍ୟ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା। ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଆଜି ୨୯ ତାରିଖରେ ଜିଲ୍ଲାପାଳଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ଆଦେଶ ଜାରି କରାଯାଇଛି। ଏହା ନୂଆପଡା ଜିଲ୍ଲାର ପ୍ରଥମ ସଫଳ ପୋଷ୍ୟ ସନ୍ତାନ ଗ୍ରହଣ ମାମଲା ଭାବେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଜିଲ୍ଲାପାଳ ଏହି ଅବସରରେ କହିଥିଲେ ଯେ, ଶିଶୁମାନଙ୍କ ସୁରକ୍ଷା, ପୁନର୍ବାସ ଓ ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ, ସହଯୋଗ ଓ ସକ୍ରିୟ ଭୂମିକା ଅତ୍ୟନ୍ତ ଆବଶ୍ୟକ।
ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଲା କଲ୍ୟାଣ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍‌. ଗୀତା, ଜିଲ୍ଲା ଶ୍ରମ ଅଧିକାରୀ ଜସ୍ମିନ ସାହୁ, ଜିଲ୍ଲା ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷ ଡ଼ଃ ଫଣିନ୍ଦମ ଦେଓ, ସଦସ୍ୟ ଶ୍ରୀମତୀ ବବିତା ମିଶ୍ର, ଅଶ୍ଵିନୀ ବାଗ ସ୍ପେସିଆଲାଇଜ୍ଡ ଆଡପ୍ସନ ଏଜେନ୍ସିର ଅଧିକାରୀ, ଚାଇଲ୍ଡଲାଇନ ସଦସ୍ୟ, ପ୍ରୋଜେକ୍ଟ କୋଓର୍ଡିନେଟର ମାନଙ୍କ ସହ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha