Home ରାଜ୍ୟକୋମନା ବ୍ଲକ: ଦାନୋଝୋଲା ବିଦ୍ୟାଳୟରେ ତାଲା ମାରିଲେ ଅଭିଭାବକ, ପର୍ଯ୍ୟାପ୍ତ ଶିକ୍ଷକ ଦେବାକୁ ଦାବି।

କୋମନା ବ୍ଲକ: ଦାନୋଝୋଲା ବିଦ୍ୟାଳୟରେ ତାଲା ମାରିଲେ ଅଭିଭାବକ, ପର୍ଯ୍ୟାପ୍ତ ଶିକ୍ଷକ ଦେବାକୁ ଦାବି।

by Maraguda Express
0 comments

ନୂଆପଡା-୪/୮(ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଦାନୋଝୋଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଅଭିଭାବକ ଓ ଛାତ୍ର ଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି ଯାହା ଫଳରେ ସୋମବାର ସକାଳୁ ସ୍କୁଲ ଗେଟରେ ତାଲା ମାରିଛନ୍ତି। ସ୍କୁଲକୁ ତାଲା ମାରିଥିବାରୁ ଶିକ୍ଷକ ଓ ଛାତ୍ର ଛାତ୍ରୀ ଭିତରୁ ପ୍ରବେଶ କରି ପାରିନଥିଲେ। ପରେ ଛାତ୍ର ଛାତ୍ରୀ ଓ ଶିକ୍ଷକ ନିଜ ନିଜ ଘରକୁ ଫେରି ଯାଇଥିଲେ। ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟରେ ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୭୨ ଛାତ୍ରଛାତ୍ରୀ ଅଛନ୍ତି। ଶିକ୍ଷକ କହିଲେ ମୋଟ ୪ ଜଣ ଅଛନ୍ତି। ୧୭୨ ଛାତ୍ର ଛାତ୍ରୀଙ୍କୁ ୪ ଶିକ୍ଷକ ଶିକ୍ଷାଦାନ କରିବା ଅସମ୍ଭବ ହେଉଛି। ବର୍ତ୍ତମାନ ଜିଲ୍ଲାରେ ଶିକ୍ଷକ ମାନଙ୍କ ବଦଳୀ ପ୍ରକ୍ରିୟା ଶେଷ ହୋଇଛି। ହେଲେ ସେହି ବଦଳି ପ୍ରକ୍ରିୟାରେ ଦାନୋଝୋଲା ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ସହ ମୋଟ ୫ ଜଣ ଶିକ୍ଷକ ରହିଥିଲେ ହେଲେ ସେଥିରୁ ୪ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଗଲା। ୪ ଜଣ ଶିକ୍ଷକଙ୍କ ସ୍ଥାନରେ ଅଧିକ ଶିକ୍ଷକ ଦେବା ବଦଳରେ ୩ ଜଣ ଶିକ୍ଷକକୁ ନିଯୁକ୍ତି କରାଗଲା। ବର୍ତ୍ତମାନ ସ୍କୁଲରେ ୩ ବର୍ଷ ହେବ ବିଜ୍ଞାନ ଶିକ୍ଷକ ନଥିବାରୁ ସ୍କୁଲରେ ଶିକ୍ଷା ଦାନରେ ବାଧାପ୍ରାପ୍ତ ହେଉଛି।  ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଥିବାରୁ ସୋମବାର ସ୍କୁଲ ଗେଟକୁ ତାଲା ମାରି ବନ୍ଦ କରି ଆହୁରି ୩ ଶିକ୍ଷକ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ତାଲା ବନ୍ଦ ରହିବ ବୋଲି ଥବିର ନାଗ, ଖିରମୋହନ ମାଝୀ, ନୀଳ ନାଗ, ମୋହନ ମାଝୀ, ଧବେଳେଶ୍ୱର ଦୀପ, ନିର୍ମଳ କାନ୍ତ ଖମାରୀ, ଗୋପାଳ ନାଗ, ଭୁବନ ମାଝୀ, ଶଙ୍କର ନାଗ, ଗିରିଶ ଶବର ସମେତ ସମସ୍ତ ଅଭିଭାବକ ପ୍ରଶାସନକୁ ରୋକ ଠୋକ ଜଣାଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha