

ନୂଆପଡ଼ା – ୨/୧୦ (ସୁରେନ୍ଦ୍ର ତିୱାରୀ) ଆଜି କୋମନା ବ୍ଲକ ଅନ୍ତର୍ଗତ ଲଖନା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇ ଯାଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରି ମନ୍ଧର ବଗର୍ତ୍ତୀଙ୍କ ସଭାପତିତ୍ବ ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ରୂପେ ସଭାପତି ନାରାୟଣ ହଂସ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଗଣେଶ ରାମ ସାହୁ, ଶୁଗ୍ରେ ବରିହା,ଶେଖ ଗାଲିବ ହୁସେନ ,ପୁର୍ବତନ ସରପଞ୍ଚ ବିଦ୍ୟା ଶବର ଯୋଗ ଦେଇଥିଲେ। ପ୍ରଥମେ ଗାନ୍ଧୀଜୀ ଙ୍କ ଫଟୋ ଚିତ୍ରରେ ଧୂପ ଦୀପ ଜାଳି ପୁଷ୍ପ ମାଲ୍ୟ ଅତିଥି ମାନେ ଅର୍ପଣ କରିଥିଲେ। ଜାତୀୟ ପିତା ମହାତ୍ମା ଗାନ୍ଧିଙ୍କ ସ୍ୱଦେଶୀ,ସ୍ଵଚ୍ଛତା ଓ ତାଙ୍କ ଜୀବନ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଚାଲିବା ପାଇଁ ଅତିଥି ମାନେ ତାଙ୍କ ଅଭିଭାଷଣ ରେ ପରିପ୍ରକାଶ କରିଥିଲେ। ଏ ଅବସର ରେ ଅନ୍ୟ ମାନଙ୍କ ମଧ୍ୟ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରୁ ଅଧିକାର ମିତ୍ର ଅଜୀମ ଅଲ୍ଲୀ,ୱାର୍ଡ ସଭ୍ୟ ସବୀର ହୁସେନ, ମାଦନି ସୁନା, ପ୍ରମିଳା ମାଝି,ବିମଳା ବାଗ, ବିଜୟ ବାରିକ, ସୁଗ୍ରେ ବରିହା, ଚନ୍ଦ୍ର ତାଣ୍ଡି, ଧୀରେନ୍ଦ୍ର ତିୱାରୀ, ପୁରନ ଦାସ ପ୍ରମୁଖ ସହ ଅଙ୍ଗନୱାଡି,ଆଶା କର୍ମୀ, ପଞ୍ଚାୟତ କର୍ମଚାରି ଓ ଗ୍ରାମବାସୀ ଉପସ୍ଥିତ ଥିଲେ।
କୋମନା ବ୍ଲକ: ୧୫୬ ତମ ଗାନ୍ଧୀ ଜୟନ୍ତୀ ପାଳିତ।
78
previous post