56
ବୋଡେ଼ନ -୧୪/୮ (ଜଗତରାମ ଦଣ୍ଡସେନା) ନୂଆପଡା ଜିଲ୍ଲାର ବୋଡେ଼ନ ବ୍ଲକର ଖଇରା ଗ୍ରାମର ଦଣ୍ଡସେନା ପଡ଼ା ର ମହିଳା ମାନେ ହଳଷଷ୍ଠୀ ବା କମର ଛଟ ବ୍ରତ ମହାସମାରୋହରେ ପାଳନ କରିଛନ୍ତି l ଗ୍ରାମର ଖେମଳତା ଦଣ୍ଡସେନା, ହରିପ୍ରିୟା, ମଞ୍ଜୁଲତା, ଟୁଇଙ୍କଲ, ମଲ୍ଲୀକା, ଭୂନେଶ୍ୱରୀ, ରାଜଶ୍ରୀ, ଚନ୍ଦ୍ରିକା ଦଣ୍ଡସେନା, ସବିତା ଦଣ୍ଡସେନା ପ୍ରମୁଖ ଓପାସ ରହି ଅପରାହ୍ନ ରେ ପଣ୍ଡିତ ଡାକି ପୂଜା ସମାପନ କରି ଭଗବାନ ହଳଷଷ୍ଠୀ ଙ୍କର ପୂଜନ ମହାସମାରୋହ ରେ ପାଳନ କରିଥିଲେ l ନିଜର ପତି, ସନ୍ତାନଙ୍କ ଓ ପରିବାର ର ମଙ୍ଗଳ ମାନସୀ ଏହି ପୂଜା କରାଯାଏ।