ନୂଆପଡ଼ା -୨୩/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ରେ ଚଳିତ ମାସ ୧୪ ଜୁଲାଇ ୨୦୨୫ ଦିନ ଏକ ଖଇର କାଠ ବୋଝେଇ ଟ୍ରକ ଠିଆ ହୋଇଥିବା ଦେଖି ଗଣ ମାଧ୍ୟମ ପ୍ରତିନିଧିମାନେ ଫଟୋ ଉତ୍ତୋଳନ କରିଥଲେ ଓ ଏ ସମ୍ପର୍କ ରେ ଉପସ୍ଥିତ ବନ ବିଭାଗ କର୍ମଚାରୀମାନଙ୍କୁ ପଚାରି ବୁଝିବାରୁ କହିଲେ ଆମେ କିଛି ସୂଚନା ଦେଇ ପାରିବୁ ନାହିଁ ଆମ ବଡ଼ ଅଧିକାରୀ ସବୁ ଜାଣିବେ। ରେଞ୍ଜ ଅଧିକାରି ବିନୀତା ଭୋଇ ଙ୍କୁ ମୋବାଇଲ୍ ଯୋଗେ କଲ କରିବାରୁ ସେ ନମ୍ୱର୍ ବ୍ଲକ କରିଥିଲେ କଲ ଲାଗିଲା ନାହଁ। ଏ.ସି.ଏଫ. ସେ ଦିନ ବନ ଅଧିକାରୀ କାର୍ଯ୍ୟାଳୟ, ନୂଆପଡ଼ା ରେ ଉପସ୍ଥିତ ଥିଲେ ତାଙ୍କୁ ମୋବାଇଲ୍ ଫୋନରେ କଲ କରି ବୁଝିବାରୁ ହିସାବ ଚାଲୁଛି କାଗଜ ପତ୍ର ରେଡ୍ଡୀ ହେଲା ପରେ ସୂଚନା ଦିଆ ଯିବ କହିଥିଲେ । ପରବର୍ତ୍ତୀ ଦିନ ପୁଣି ଏ.ସି.ଏଫ. ସାର ଙ୍କୁ ଏସ.ଏମ.ଏସ. ବାର୍ତ୍ତା ଦେବାରୁ ଉତ୍ତର ଆସିଲା କାମ ସରିନି ବୋଲି। ପୁଣି ୧୬ ତାରିଖ ଦିନ ସେହି ସମାନ ଉତ୍ତର। ଡିଏଫଓ ଅଜିଜ ଖାନଙ୍କୁ ଏ ସମ୍ପର୍କ ରେ ବୁଝିବାରୁ ସବୁ ଯାଞ୍ଚ ହିସାବ ସରିଲା ପରେ ପ୍ରେସ ମିଟ କିମ୍ବା ପ୍ରେସ ବିଜ୍ଞପ୍ତି ଦିଆଯିବ ବୋଲି କହିଥିଲେ କିନ୍ତୁ ଘଟଣା ର ୯ ଦିନ ବିତିଲା ଗଣମାଧ୍ୟମ ପ୍ରତିନିଧି ସୂଚନା ପାଇଲେ ନାହିଁ। ଗଣ ମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ନଦେବା ପଛ ର ରହସ୍ୟ କଣ ? ଜିଲ୍ଲା ର ଅନେକ ବିଭାଗ୍ ବେଆଇନ ସାମଗ୍ରୀ ଧର ପଗଡ କରି ସମସ୍ତ ସୂଚନା ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ ବିଜ୍ଞପ୍ତି କିମ୍ବା ସାମ୍ବାଦିକ ସମ୍ମିଳନୀ ମାଧ୍ୟମ ରେ ପ୍ରଦାନ କରି ପାରଦର୍ଶିତା ଅବଲମ୍ବନ କରୁଥିବା ବେଳେ ଖାସ କରି ବନ ବିଭାଗ ଅଧିକାରି, ନୂଆପଡ଼ା ଙ୍କ ଗଣ ମାଧ୍ୟମ ଠାରୁ ଦୂରେଇ ରହିବା କେତେଦୂର ସମିଚୀନ ? ଏଠାରେ ସୁଚନା ଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହି ବିବାଦୀୟ ରେଞ୍ଜ ଅଧିକାରୀ ଏଠାରେ ଅବସ୍ଥାପିତ ଥିଲେ ଓ ଦ୍ୱିତୀୟ ଥର ଏଠାକୁ ପୁଣି ଆସିବାକୁ ସଫଳ ହେଲେ, ପରଦା ପଛ ର ରହସ୍ୟ କଣ ? ଧରା ଯାଇଥିବା ଖଇର କାଠ ଟ୍ରକ (HR -46-E – 8379) ମାଲିକ କିଏ ? କୋଉଠୁ ଧରିଲେ ଓ କୁଆଡେ଼ ଯାଉଥିଲା ? ତଦନ୍ତ ହେଲେ ଅନେକ ରହସ୍ୟ ର ଉନ୍ମୋଚନ ହେବ ବୋଲି ସାଧାରଣ ରେ ଆଲୋଚନା ଚାଲିଛି।
ଖଇର କାଠ ର ଭାଗ ଛିଣ୍ଡିଲା ନା ଛିଣ୍ଡି ଗଲା : ନୂଆପଡ଼ା ବନ ବିଭାଗ ସୂଚନା ଦେଉନି କାହିଁକି?
255
previous post