Home ରାଜ୍ୟଖଡ଼ିଆଳ : ମଡେ଼ଲ ଡ଼ିଗ୍ରୀ ମହାବିଦ୍ୟାଳୟ ରାସ୍ତା ଅତି ଶୋଚନୀୟ ।

ଖଡ଼ିଆଳ : ମଡେ଼ଲ ଡ଼ିଗ୍ରୀ ମହାବିଦ୍ୟାଳୟ ରାସ୍ତା ଅତି ଶୋଚନୀୟ ।

by Maraguda Express
0 comments

ନୂଆପଡ଼ା -୩୧/୭ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାର ଖଡ଼ିଆଳ ଠାରେ ଥିବା ଜିଲ୍ଲାର ଏକମାତ୍ର ମଡେଲ ଡିଗ୍ରୀ ମହାବିଦ୍ୟାଳୟ ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଛି। ମହାବିଦ୍ୟାଳୟ ଯିବା ପାଇଁ କେନାଲ ରାସ୍ତା ଏବେ ମରଣ ଯନ୍ତା ପାଲଟିଥିବା ବେଳେ ଖାଲ ଖମାଲରେ ଭର୍ତି ସାଙ୍ଗକୁ କାଦୁଅ ରାସ୍ତାରେ ବହୁ କଷ୍ଟରେ ଯାତୟତ କରୁଛନ୍ତି ମହାବିଦ୍ୟାଳୟ ଛାତ୍ରଛାତ୍ରୀ । ଖଡ଼ିଆଳ ସହରର ପୁଟୁପଡା ୧୧ ନଂ ୱାର୍ଡ ଠାରେଥିବା ଏହି ମଡେଲ ଡିଗ୍ରୀ ମହାବିଦ୍ୟାଳୟ ଯାତାୟାତ ସୁବିଧା ପ୍ରତି ରାଜ୍ୟ ସରକାର ବର୍ଷ ବର୍ଷ ଧରି ଚୁପ ହୋଇ ବସିଛନ୍ତି । ମହାବିଦ୍ୟାଳୟ ୨୦୧୬ ମସିହାରେ ସ୍ଥାପନ ହେଲା ଦିନ ଠାରୁ ସାତ ବର୍ଷ ବିତି ଯାଇଥିଲେ ମଧ୍ୟ  ଯିବାକୁ ଭଲ ରାସ୍ତା ଟିଏ ନାହିଁ ।  ଯିବାକୁ ହେଲେ କେନାଲ ରାସ୍ତା ଓ ପୁଟୁପଡା ମୁଖ୍ୟ ରାସ୍ତା ଠାରୁ ଦୁଇ କିଲୋମିଟର ରାସ୍ତା ସାରା ଖାଳଖମାରେ ଭର୍ତି ହୋଇ ରହିଛି । ଦୁଇଟି ରାସ୍ତା ବର୍ଷା ପାଣିରେ ବେହାଲ ହୋଇ ପଡିଛି ରାସ୍ତାରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀ କେତେବେଳେ ଡେଇଁ ଡେଇଁ ତ ପୁଣି ଡରି ଡରି ଏହି ରାସ୍ତାରେ ଯାଆନ୍ତି । ଅନେକ ସମୟରେ ଏହି ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଛାତ୍ର ଛାତ୍ରୀ । ବାରମ୍ବାର ଅଭିଯୋଗ ସତ୍ୱେ କେହି ମଧ୍ୟ ଶୁଣୁନ ଥିବା କହନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ଛାତ୍ର ଛାତ୍ରୀ । ରାସ୍ତା ଖରାପ ଯୋଗୁଁ କଲେଜକୁ ସବୁଦିନ ପାଠ ପଢି ଆସି ପାରୁନଥିବା ଅଭିଯୋଗ କରନ୍ତି ଛାତ୍ରଛାତ୍ରୀ । ବର୍ଷ ତମାମ ରାସ୍ତା ସମସ୍ୟା ଭୋଗୁ ଥିବାବେଳେ ବର୍ଷା ମାସରେ ସମସ୍ୟା ଦୁଇ ଗୁଣିତ ହୋଇଯାଏ । ଗୋଟିଏ ପଟେ କେନାଲ ଅନ୍ୟପଟେ ଖାଲଖମା ଓ କାଦୁଅ ପଚପଚ ରାସ୍ତାକୁ ଡର ବୋଲି ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ। ଏହି କେନାଲ ରାସ୍ତା ଉପରେ ଅନେକ ଗ୍ରାମର ଲୋକେ ମଧ୍ୟ ନିର୍ଭର କରନ୍ତି । ଏହି ରାସ୍ତା ଉପରେ ଅନେକ ବଡ଼ ବଡ଼ ଗାଡି ଚାଲିବା ହେତୁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇ ଯାଉଥିବା ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ରାସ୍ତା ସମସ୍ୟା ଭୋଗୁଥିବା ଖଡ଼ିଆଳ ମୋଡେଲ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥି ପ୍ରତି ଶୀଘ୍ର ଦୃଷ୍ଟି ଦେବାକୁ ଦାବୀ ହେଉଛି । ଏନେଇ ଲୋୟର ଇନ୍ଦ୍ର କେନାଲ ଡିଭିଜନ ସୁପରୀଟେଣ୍ଡିଙ୍ଗ ଇଞ୍ଜିନିଅର ଗୋବର୍ଧନ ନାଏକଙ୍କୁ ପଚାରିବାରୁ ରାସ୍ତା ପ୍ରସ୍ତାବ ଦିଆ ହୋଇଛି ଉପରୁ ଅନୁମୋଦନ ହୋଇ ଆସିଲେ କାମ ଶୀଘ୍ର ଆରମ୍ଭ ହେବ ବୋଲି ପ୍ରକାଶ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha