
ନୂଆପଡା -୨୨/୯ (ସୁରେନ୍ଦ୍ର ତିୱାରୀ) ଖଡ଼ିଆଳର ଜୁନାନୀ ସ୍ଥିତ ଖଡ଼ିଆଳ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଅନୁଷ୍ଠିତ ଜାତୀୟ ସେବା ଯୋଜନା ସ୍ବତନ୍ତ୍ର କ୍ୟାମ୍ପରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଉପ-ମୂଖ୍ଯ ଆଇନ ସେବା ପ୍ରତିପକ୍ଷ ଓକିଲ ଅନୁପ ଶର୍ମା, ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିନୋଦ ବିହାରୀ ପାଢ଼ୀ, ବରିଷ୍ଠ ସାମ୍ବାଦିକ ତପନ ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷ ଲିଜା ଆଚାର୍ଯ୍ଯ, ବିନୋଦ ବିହାରୀ ପାଢ଼ୀ, ସଦସ୍ୟ ଅଜିତ୍ ପଣ୍ଡା, ପ୍ରତାପ କେଶରୀ ପଟ୍ଟନାୟକ, ସରପଞ୍ଚ ମୀନା ଜାଲ, ବୀଣାପାଣି ଦର୍ଜି, ଦୁଧେଶ୍ୱର୍ ସାହୁ, ସାଇ ସଂସ୍ଥା ପକ୍ଷ ରୁ ପରମେଶ୍ବର ବିଶି ଓ ଛାତ୍ରୀମାନେ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ କାର୍ଯ୍ୟକ୍ଷେତ୍ରରେ ମହିଳାମାନଙ୍କର ଯୌନ ଉତ୍ପୀଡ଼ନ ଏବଂ ଏହାର ପ୍ରତିରୋଧ, ପ୍ରତିକାର ଓ ନିବାରଣ ଆଇନ ୨୦୧୩, ମହିଳାମାନଂକ ଆଇନଗତ ଅଧିକାର ବିଷୟରେ ଆଲୋକପାତ କରିଥିଲେ ଏବଂ ସମସ୍ତ ସରକାରୀ ତଥା ବେସରକାରୀ ସଂସ୍ଥାରେ ଏହି ଆଇନର କଡ଼ାକଡ଼ି ପାଳନ ପାଇଁ ଆହ୍ବାନ କରିବା ସହ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଦୁସ୍ଥ ଓ ଅସହାୟମାନଂକ ପାଇଁ କରାଯାଉଥିବା କାର୍ଯ୍ୟକଳାପ ଓ ମାଗଣା ଆଇନ ସେବା ତଥା ରାଷ୍ଟ୍ରନିର୍ମାଣ ରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ।
ଖଡିଆଳ ଡିଗ୍ରୀ ମହିଳା କଲେଜ୍ ଜାତୀୟ ସେବା ଯୋଜନା ସ୍ବତନ୍ତ୍ର ଆଇନ ସଚେତନତା ଶିବିର।
61