Home ରାଜ୍ୟଖଡିଆଳ ଥାନା : ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଅ ଗିରଫ ।

ଖଡିଆଳ ଥାନା : ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଅ ଗିରଫ ।

୨୦ କେଜି ୩୭୫ ଗ୍ରାମ ଗଞ୍ଜେଇ ଜବତ, ଦୁଇ ଗିରଫ।

by Maraguda Express
0 comments

ନୂଆପଡ଼ା -୧୯/୮ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ଖଡିଆଳ ପୋଲିସ କୁ ବେଆଇନ ଗଞ୍ଜେଇ ଧରିବା ରେ ସଫଳତା ମିଳିଛି ବୋଲି ଆଜି ଖଡିଆଳ ଥାନା ରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସୂଚନା ପ୍ରଦାନ କରିଛନ୍ତି। ଦୀର୍ଘ ଦିନର ବ୍ୟବଧାନ ପରେ ଗଞ୍ଜେଇ ଚାଲାଣ ଖବର ପାଇଥିଲେ ଖଡିଆଳ ପୋଲିସ। ଗତ କାଲି ସନ୍ଧ୍ୟା ରେ ଖଡିଆଳ ନିକଟସ୍ଥ ବଡ ଦୋହେଲ ଛକ ଠାରେ ଦୁଇ ଯୁବକ ବସ କୁ ଅପେକ୍ଷା କରିଥିବା ବେଳେ ତାଙ୍କ ଠାରେ ଗଞ୍ଜେଇ ଥିବା ବିଶ୍ଵସ୍ତ ସୂତ୍ର ରୁ ସୂଚନା ପାଇ ଖଡ଼ିଆଲ୍ ପୋଲିସ ଦଳ ପହଞ୍ଚି ତାଙ୍କୁ କାବୁ କରିବା ରେ ସଫଳ ହୋଇଥିଲେ। ସେ ମାନଙ୍କ ଠାରୁ ଦୁଇ ଟି ସୁଟକେଶ ରେ ଗଞ୍ଜେଇ ଥିଲା ଗୋଟିଏ ରେ ୧୫ କେଜି ୧୯୦ ଗ୍ରାମ ଓ ଆଉ ଏକ ସୁଟକେଶ ରେ ୪ କେଜି ୩୭୫ ଗ୍ରାମ ମୋଟ ୨୦ କେଜି ୪୯୫ ଗ୍ରାମ ବେଆଇନ ଗଞ୍ଜେଇ ଜବତ କରିଛନ୍ତି। ଯାହାର ଆନୁମାନିକ ବଜାର ମୂଲ୍ୟ ୧ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଆକଳନ କରାଯାଇଛି । ଅଭିଯୁକ୍ତ ଦ୍ବୟଙ୍କୁ ଅଟକ କରି ତଦନ୍ତ ଅବ୍ୟାହତ ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଉପେନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି । ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଅନ୍ୟ ଜଣେ ଉତ୍ତରପ୍ରଦେଶ ର ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡିଛି। ଏହି ଗଞ୍ଜେଇ ବାଲିମେଲା କୋରାପୁଟ ଅଞ୍ଚଲରୁ ଆଣି ଉତ୍ତର ପ୍ରଦେଶ ରାଜ୍ୟକୁ ରପ୍ତାନି କରିବା ବେଳେ ଖଡିଆଳ ପୋଲିସ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆ ଦ୍ବୟଙ୍କୁ କୌଶଳ କ୍ରମେ କାବୁ କରିଥିଲେ । ଖଡିଆଳ ଥାନା ରେ ଏ ସମ୍ପର୍କ ରେ ଏକ କେସ ନମ୍ବର- ୨୬୯, ୧୮ ଅଗଷ୍ଟ ୨୦୨୫, ଏନଡିପିଏସ ଧାରା ରୁଜୁ କରାଯାଇଛି ଓ ଜଣେ କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଉପରୋକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟ ରେ ଆଇଆଇସି ଦିଲିପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha