Home ରାଜ୍ୟଉପଭୋକ୍ତା ଗ୍ରାହକ ମହାସଂଘ ତରଫରୁ ନୂଆପଡ଼ାରେ ଟେଲିକମ୍ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଉପଭୋକ୍ତା ଗ୍ରାହକ ମହାସଂଘ ତରଫରୁ ନୂଆପଡ଼ାରେ ଟେଲିକମ୍ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

by Maraguda Express
0 comments

ନୂଆପଡା -୨୫/୯(ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲ୍ଲା ସଦର ସ୍ଥିତ ନ୍ୟାସନାଲ୍ କଲେଜରେ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ସହିତ ଜଡିତ ଉପଭୋକ୍ତା ଗ୍ରାହକ ମହାସଂଘ (FOCO ଓଡ଼ିଶା) ତରଫରୁ ଟେଲିକମ୍ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ CAP ଅନୁଷ୍ଠିତ ହୋଇଯାଇଛି l ଜୋନାଲ୍ ସଭାପତି FOCO ଓଡ଼ିଶା, ପି. କାମେଶ୍ୱର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଚେତନତା କର୍ମଶାଳାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହିତେଶ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଏବଂ ସମ୍ମାନିତ ଅତିଥି ଭାବରେ ବି.ସି. ମିଶ୍ର ଏବଂ ପ୍ରକାଶ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ। ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଗ୍ରାହକ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। CAG (କଞ୍ଜ୍ୟୁମର ଆଡଭୋକେସି ଗ୍ରୁପ୍ସ) ପକ୍ଷରୁ ଏହି CAP ଆୟୋଜନ କରିଥିବା ପି. କାମେଶ୍ୱର ରାଓ, TRAI ର ନିୟମ ଏବଂ ନିୟମାବଳୀ ଜାଣିବା ଉପରେ ଗୁରୁତ୍ୱାରୋପ କରିଥିଲେ l ମୋବାଇଲ୍ ସେବା ପ୍ରଦାନକାରୀ ସଂସ୍ଥା ମାନଙ୍କ ଦ୍ୱାରା ସାମଗ୍ରିକ ଭାବରେ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ସେବା ଉପରେ ଶୋଷଣ, ଅନଧିକାର ହସ୍ତକ୍ଷେପକୁ ରୋକିବା ପାଇଁ ଜନ ସାଧାରଣଙ୍କୁ ଜାଗ୍ରତ କରାଯିବ l ଆମର ନିୟମିତ ଦୈନନ୍ଦିନ ଜୀବନରେ ବ୍ୟକ୍ତି, ସଂଗଠନ, ପ୍ରତିଷ୍ଠାନ ଦ୍ୱାରା ଗ୍ରାହକଙ୍କ ଅଭିଯୋଗ/ସମସ୍ୟା/ପ୍ରତିକାର କିପରି କରାଯାଏ, ଏପରି ସାଇବର ଅପରାଧକୁ ରୋକିବା ପାଇଁ ଗ୍ରାହକ ସଚେତନତା ଉପରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ସାଇବର୍ କ୍ରାଇମ୍ କୁ ରୋକିବା ପାଇଁ ସାଇବର୍ ହାଇଜିନ୍ ବିଷୟରେ ସମସ୍ତଙ୍କ ଜାଣିବା ପାଇଁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥିଲା l “DND” APP ର ବ୍ୟବହାର ଏବଂ ଆର୍ଥିକ ଠକେଇ , ସାଇବର୍ କ୍ରାଇମ୍ ରେ ପୀଡ଼ିତ ବ୍ୟକ୍ତି ହେଲ୍ପ ଲାଇନ୍ ନମ୍ବର୍ ୧୯୩୦ କୁ ଯୋଗାଯୋଗ କରି ପାରିବେ କିମ୍ବାhttps://www. cybercrime. gov.in ରେ ଅଭିଯୋଗ ଦରଜ କରି ପାରିବେ l ଏହି ସବୁ ଉପାଦେୟ ତଥ୍ୟ ଛାତ୍ର ଛାତ୍ରୀ ମାନେ ବହୁ ଉତ୍ସୁକତାର ସହିତ ଗ୍ରହଣ କରିଥିଲେ l ଏହି ଉପଯୋଗୀ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିବା ଅଧ୍ୟକ୍ଷ, ଅତିଥି ଏବଂ ଛାତ୍ରଛାତ୍ରୀମାନଙ୍କୁ ଫୋକୋ ତରଫରୁ ଶ୍ରୀ ପରମେଶ୍ବର ଧନ୍ୟବାଦ ଜଣାଇ କୃତଜ୍ଞତା ଜ୍ଞାପନ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha