

ନୂଆପଡ଼ା -୬/୮ (ସୁରେନ୍ଦ୍ର ତିୱାରୀ) ସରକାରି ବଦଳି ଆଦେଶ କୁ ମଧ୍ୟ ଅଧିକାରୀମାନେ ଆଉ ଖାତିର କରୁନାହାନ୍ତି। ଲୋକଙ୍କ ଆଶା ଥିଲା ଡବଲ ଇଞ୍ଜିନ ସରକାର ରେ ବିଶେଷ କରି ସରକାରୀ ଅଧିକାରୀ ଓ କର୍ମଚାରୀ ତତ୍ପରତା ଦେଖାଇ କାମ କରିବେ ଓ ଡବଲ ବିକାଶ ହେବ । ହେଲେ ବିକାଶ ରେ ବାଧକ ସାଜିଛନ୍ତି କିଛି ଅମାନୀୟା ଅଧିକାରୀ । ତାହା ପୁଣି ସରକାର ଙ୍କ କଡା ନିର୍ଦ୍ଦେଶ କୁ ଅବମାନନା କରି ଦୀର୍ଘ ଦିନ ହେବ କାର୍ଯ୍ୟ ରେ ଯୋଗ ନଦେବା ସମସ୍ତ ଙ୍କୁ ବ୍ୟାଥିତ୍ କରିଛି । ଏଭଳି ଗୋଟିଏ ନୁହେଁ ଦୁଇ ଗୋଟି ଉଦାହରଣ ନଜର କୁ ଆସିଛି ନୂଆପଡ଼ା ଜିଲ୍ଲା ରୁ । ନୂଆପଡ଼ା ସଦର ଗ୍ରାମ୍ୟ ଉନ୍ନୟନ୍ ବିଭାଗ ଓ ଖଡ଼ିଆଳ ଗ୍ରାମ୍ୟ ଉନ୍ନୟନ ବିଭାଗ ରୁ । ଦୀର୍ଘ ଦିନ ହେବ ଦୁଇ ଗୋଟି ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ପଦବୀ ଖାଲି ପଡି ରହିଥିବା ବେଳେ ବିଭିନ୍ନ ଉନ୍ନୟନ କାମ ଠପ୍ ପଡ଼ିଥିବା ବେଳେ କାର୍ଯ୍ୟାଳୟ ଗୁଡ଼ିକ ମୂରବୀ ବିହୀନ ହୋଇଯାଇଛି । ଏହାକୁ ଦେଖି ରାଜ୍ୟ ସରକାର ଦୁଇ ଜଣ ଅଧିକାରୀ ଙ୍କୁ ଖାଲିଥିବା ସ୍ଥାନ ରେ ଯୋଗଦାନ କରିବା ର ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ ଦୁଇ ଜଣ ଅଧିକାରୀ ହେଲେ ଖଡ଼ିଆଳ ପାଇଁ ଇଞ୍ଜିନିୟର ବାସନ୍ତୀମଣି ହାସଦା ଓ ନୂଆପଡ଼ା ଡିଭିଜନ ପାଇଁ ଇଞ୍ଜିନିୟର ରାଜ କୁମାର ମେହେର । ଦୁଇ ଅଧିକାରୀ ସରକାରୀ ନିର୍ଦ୍ଦେଶ କୁ ଅବମାନନା କରି ନିଜ ନିଜ କାର୍ଯ୍ୟସ୍ଥଳ ରୁ ଭାରମୁକ୍ତ ହୋଇସାରିଥିବା ବେଳେ ନୂତନ କାର୍ଯ୍ୟସ୍ଥଳ ଖଡ଼ିଆଳ ଓ ନୂଆପଡ଼ା ରେ ଯୋଗ ଦେଇନାହାନ୍ତି । ଯାଫଳ ରେ ଜିଲ୍ଲା ର ଦୁଇ ଗୋଟି ଡିଭିଜନ ର ବିଭିନ୍ନ ଉନ୍ନୟନ କାମ ଠପ୍ ହୋଇ ଯାଇଛି । ଏହାକୁ ନେଇ କାର୍ଯ୍ୟ କରୁଥିବା ଠିକାଦାର ମାନଙ୍କ ସହ ଜନ ସାଧାରଣ ଙ୍କ ମଧ୍ୟ ରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏ ଉପରେ ତୁରନ୍ତ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାର ଧ୍ୟାନ ଦେଇ ଦୁଇ ଅଧିକାରୀ ଙ୍କୁ କଡା ନିର୍ଦ୍ଦେଶ ଦେଇ ନିଜ ନିଜ କାର୍ଯ୍ୟ ରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ଲୋକେ ଦାବି କରିଛନ୍ତି ।
ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ବଦଳି ନିର୍ଦ୍ଧେଶ କୁ ଅବମାନନା
61
previous post