Home ରାଜ୍ୟଖଡ଼ିଆଳ : ଛାତ୍ର ବିଜେଡି ର ଶୋଭା ଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ସହ ୯ ଦଫା ଦାବି ପତ୍ର ପ୍ରଦାନ

ଖଡ଼ିଆଳ : ଛାତ୍ର ବିଜେଡି ର ଶୋଭା ଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ସହ ୯ ଦଫା ଦାବି ପତ୍ର ପ୍ରଦାନ

by Maraguda Express
0 comments

ନୂଆପଡ଼ା -୪/୮(ସୁରେନ୍ଦ୍ର ତିୱାରୀ) ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ,ଯୌନ ନର୍ଯାତନା, ଦୁଷ୍କର୍ମ , ନାରୀ ଆତ୍ମହତ୍ୟା ଭଳି ଘଟଣା ବୃଦ୍ଧି ପାଇଛି ଅଭିଯୋଗ କରି ଏ ଦିଗରେ ପଦକ୍ଷେପ ନେବାକୁ ଦାବି କରି ଆଜି ଖଡ଼ିଆଳ ଛାତ୍ର ବିଜେଡି ତରଫରୁ ଏକ ଶୋଭଯାତ୍ରାରେ ଖଡ଼ିଆଳ ବ୍ଲକ ଛକ ଠାରୁ ଥାନା ଛକ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପରେ ଥାନା ଛକ ଠାରେ ଆୟୋଜିତ ବିକ୍ଷୋଭ ପ୍ରଦର୍ଶନୀରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଖଡ଼ିଆଳ ବ୍ଲକ ଅଧ୍ୟକ୍ଷା ପୁଷ୍ପାଞ୍ଜଳି ନନ୍ଦ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ଅଭିଷେକ ଜଗତ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ମନେ କରୁଥିବା ଓ ଘରୁ ପଦାକୁ ବାହାରିବାକୁ ଭୟ କରୁଥିବା ଅଭିଯୋଗ କରି ରାଜ୍ୟ ସରକାରଙ୍କ ପ୍ରତି ବିଶୋଦଗାର କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିଛି ଦିନ ହେବ ରାଜ୍ୟରେ ଅନେକ ଝିଅ ଆତ୍ମହତ୍ୟା କରିଥିବା ବେଳେ ନାରୀ ମାନଙ୍କ ପ୍ରତି ଅନ୍ୟାୟ ଅତ୍ୟାଚାର ବଢ଼ି ଚାଲିଛି, କିନ୍ତୁ ସରକାର କୌଣସି ପଦକ୍ଷେପ ନେଉ ନଥିବା ସେମାନେ ଅଭିଯୋଗ କରିଛନ୍ତି। ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ୯ ଦଫା ଦାବିପତ୍ର ଖଡ଼ିଆଳ ଆଇ ଆଇ ସି ଦିଲୀପ ସାହୁଙ୍କ ମାଧ୍ୟମରେ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ଶତାଧିକ କର୍ମୀ ଓ ନେତାଗଣ ଯୋଗଦେଇଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha