ନୂଆପଡା -୨/୯ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଖାଦ୍ୟ ଓ ଯୋଗାଣ ବିଭାଗ କାର୍ଯ୍ୟାବଳୀ ର ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଥିଲା । ସମିକ୍ଷା ରୁ ଜଣାଗଲା ଯେ ଜିଲ୍ଲାରେ ଥିବା ୧୪୧ ଟି ଖାଉଟି ଦୋକାନ ରୁ ୧୧୩ ଟି ପଞ୍ଚାୟତ ଏବଂ ୨୭ ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ । ଜିଲ୍ଲାରେ ୫୦୯୭ ଟି ପ୍ରବାସୀ ଶ୍ରମିକ ପରିବାରଙ୍କୁ ଖାଉଟି ସୁରକ୍ଷା ଯୋଜନାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆ ଯାଉଛି । ସମଗ୍ର ୫୪୪୧୫୭ ଜଣ ଉପଭୋକ୍ତା ମାନଙ୍କ ମଧ୍ୟରୁ ୯୩ ପ୍ରତିଶତ ଙ୍କର ଇ କେୱା ସି ଭେରିଫିକେସନ୍ ସରିଛି ଲ୍। ୨୦୨୫ /୨୬ ଖରିଫ୍ ଋତୁରେ ଧାନ କ୍ରୟ ପାଇଁ ୨୬ ଟି ସମବାୟ ସଂସ୍ଥା ଙ୍କୁ ଦାୟିତ୍ଵ ଦିଆଯିବ l ବର୍ତ୍ତମାନ ସୁଦ୍ଧା ୫୧୩୩୫ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଛନ୍ତି l ଆଜିର ଏହି ବୈଠକରେ ଜିଲ୍ଲା ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ବିଭାଗର ବିବରଣୀ ପାଠ କରିଥିଲେ l
ଉପଜିଲ୍ଲାପାଳ ସୂର୍ମୀ ସୋରେନ୍ ଙ୍କ ସମେତ ସମସ୍ତ ବିଡ଼ିଓ ଏବଂ ଯୋଗାଣ ବିଭାଗ ସମସ୍ତ ଅଧିକାରୀ ଯୋଗ ଦେଇଥିଲେ l ବୈଠକକୁ ସମ୍ବୋଧନ କରି ଜିଲ୍ଲାପାଳ ନିର୍ଦ୍ଧେଶ ଦେଲେ ଯେ, ଜିଲ୍ଲାରେ ବିଭାଗ ଦ୍ଵାରା ସମସ୍ତ ଖାଉଟି ସାମଗ୍ରୀ ର ଉଠାଣ ଓ ବିତରଣ ଠିକ୍ ସମୟରେ ସରିବ l ପ୍ରବାସୀ ଶ୍ରମିକ ପରିବାର ମାନଙ୍କୁ ସଠିକ୍ ଚିହ୍ନଟ କରି ଅଗ୍ରାଧିକାର ଭିତ୍ତିରେ ଖାଉଟି କାର୍ଡ ସହିତ ଖାଉଟି ସାମଗ୍ରୀ ଯୋଗାଇ ଦିଆଯିବ l ସେମାନଙ୍କୁ ଉଜ୍ଜ୍ଵଳା ଯୋଜନାରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର୍ ଯୋଗାଇ ଦିଆଯିବ l ଜନସାଧାରଣଙ୍କୁ ଖାଉଟି ସେବା ଠିକ୍ ଭାବରେ ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନେ ସମର୍ପିତ ଭାବରେ କାର୍ଯ୍ୟ କରନ୍ତୁ ।
ଜିଲ୍ଲାପାଳ ଙ୍କ ଖାଦ୍ୟ ଓ ଯୋଗାଣ ବିଭାଗ କାର୍ଯ୍ୟାବଳୀ ସମୀକ୍ଷା
"ଜିଲ୍ଲାପାଳ ନିର୍ଦ୍ଧେଶ ଦେଲେ ଯେ, ଜିଲ୍ଲାରେ ବିଭାଗ ଦ୍ଵାରା ସମସ୍ତ ଖାଉଟି ସାମଗ୍ରୀ ର ଉଠାଣ ଓ ବିତରଣ ଠିକ୍ ସମୟରେ ସରିବ, ପ୍ରବାସୀ ଶ୍ରମିକ ପରିବାର ମାନଙ୍କୁ ସଠିକ୍ ଚିହ୍ନଟ କରି ଅଗ୍ରାଧିକାର ଭିତ୍ତିରେ ଖାଉଟି କାର୍ଡ ସହିତ ଖାଉଟି ସାମଗ୍ରୀ ଯୋଗାଇ ଦିଆଯିବ"
51