Home ରାଜ୍ୟଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ସମ୍ମାନିତ ହେଲେ ମୁକ ଓ ବଧିର କୃଷକ, ଦୁଇ ଭଉଣୀ ,ରୁକ୍ମଣୀ ଓ ଭଗବତୀ ।

ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ସମ୍ମାନିତ ହେଲେ ମୁକ ଓ ବଧିର କୃଷକ, ଦୁଇ ଭଉଣୀ ,ରୁକ୍ମଣୀ ଓ ଭଗବତୀ ।

by Maraguda Express
0 comments

ନୂଆପଡା -୧୮/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାସ୍ତରୀୟ କୃଷିଯନ୍ତ୍ରପାତି ମେଳାରେ ସଫଳ ଚାଷୀ ସମ୍ମାନରେ ନୂଆପଡା ଜିଲ୍ଲାର ବିଭିନ୍ନ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସମ୍ମାନିତ କରାଯାଇଥାଏ l କିନ୍ତୁ ଆଜି ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିବସରେ ଦେଖିବାକୁ ମିଳିଥିଲା ଏକ ନିଆରା ପ୍ରତିଭା ସମ୍ମାନ ଉତ୍ସବ । ଏଠାରେ ନୂଆପଡା ବ୍ଲକ ସାହିପଳା ପଞ୍ଚାୟତ, ସାହିପଳା ଗ୍ରାମର ସମ୍ପୂର୍ଣ ଭାବରେ ମୁକ ଓ ବଧିର ଦୁଇ ଭଉଣୀ ରୁକ୍ମଣୀ ପଟେଲ ଓ ଭଗବତୀ ପଟେଲ ଙ୍କୁ ଅତିଥି ମାନେ ସଫଳ ଚାଷୀ ହିସାବ ସମ୍ମାନିତ କରିଥିଲେ । ସାହିପଳା ଗ୍ରାମର ବେଣୁଧର ପଟେଲ ଓ ପ୍ରତିମା ପଟେଲ ଙ୍କ ଦୁଇଝିଅ ରୁକ୍ମଣୀ ଓ ଭଗବତୀ ଜନ୍ମରୁ ମୁକ ଓ ବଧିର । ଯେତେବେଳେ ବେଣୁଧର ଏହା ଜାଣି ପାରିଲେ , ସେ ଭଗବାନଙ୍କୁ ଗାଳି କରିବା ସହିତ ନିଜକୁ ହତଭାଗା ମନେ କରିଥିଲେ  କିନ୍ତୁ ଆଜି ସେହି ଦୁଇ ଭଉଣୀ ତାଙ୍କର ତିନି ଏକର ଜମିରେ ସଫଳତାର ସହିତ ମାଣ୍ଡିଆ ,କପା, ମିଠା ମକା , ପନିପରିବା ଚାଷ କରିବା ସହିତ ଅନ୍ୟ ମାନଙ୍କ ଜମିକୁ ମଧ୍ୟ ଲିଜ ସୂତ୍ରରେ ନେଇ ବିଭିନ୍ନ ଚାଷ କରୁଛନ୍ତି । ସେମାନେ ନିଜେ ପାୱାର ଟିଲର , ପାୱାର ୱିଡର ଚଳେଇବା ସହିତ ଉନ୍ନତ କୃଷି ଯନ୍ତ୍ରପାତିର ବ୍ୟବହାର କରି ,ବିନା ଶ୍ରମିକ ସହାୟତା ରେ ନିଜର ସବୁକାମ କରି ପାରୁଛନ୍ତି । ଚାଷ ସହିତ ଗୋପାଳନ , ଛେଳି ପାଳନ ,ଛତୁ ଚାଷ କୁ ଆପଣେଇ ନେଇ ବର୍ଷକୁ ପାଞ୍ଚ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ରୋଜଗାର କରିବା ସହିତ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ର ଉତ୍ସ ହୋଇ ପାରିଛନ୍ତି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ,ରୁକ୍ମଣୀ ଓ ଭଗବତୀ ଙ୍କୁ ନୂଆପଡା ଜିଲ୍ଲାର ସମସ୍ତ ଚାଷୀ ମାନଙ୍କ ପାଇଁ ପ୍ରେରଣା ବୋଲି ସମାରୋହରେ ଉଦ୍ବୋଧନ ଦେବା ସହିତ କୃଷି ବିଭାଗ ତରଫରୁ ସମ୍ମାନିତ କରିଥିଲେ । ତତ ସଙ୍ଗେ ସଙ୍ଗେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ପ୍ରେରଣାରେ କୃଷକ ଶ୍ରମିକ ମାନେ ଦାଦନ ଖଟିବାକୁ ନ ଯାଇ କୃଷି ତଥା ଆନୁଷଙ୍ଗିକ କୃଷି ଭିତ୍ତିକ ଉଦ୍ୟୋଗ କରି ଏହି ମାଟିରେ ରୋଜଗାର ପନ୍ଥା କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଆଜି କୃଷି ବିଭାଗ ତରଫରୁ ମୁକ ଓ ବଧିର ଚାଷୀ ଭଉଣୀ ମାନଙ୍କୁ ସମ୍ମାନିତ କରାଯିବା ବିଷୟ ନୂଆପଡା ଜିଲ୍ଲାରେ ଚର୍ଚ୍ଚା ର ବିଷୟ ହେବା ସହିତ ସବୁ ମହଲରେ ପ୍ରଶଂଶା ଲାଭ କରିଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha