Home ରାଜ୍ୟଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ନ୍ଯାୟାଳୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।

ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ନ୍ଯାୟାଳୟରେ ଜିଲ୍ଲା ଓ ତାଲୁକସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ।

by Maraguda Express
0 comments

ନୂଆପଡ଼ା- ୨୫/୧୧ (ସୁରେନ୍ଦ୍ର ତିୱାରୀ) ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡ଼ା ଜିଲ୍ଲା ଓ ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ଜିଲ୍ଲାସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ନୂଆପଡ଼ା ଜିଲ୍ଲା ନ୍ୟାୟାଳୟ ପରିସର ତଥା ଖରିଆର, ସିନାପାଲି ଓ ବୋଡ଼େନ ନ୍ୟାୟାଳୟ ପରିସର ଗୁଡ଼ିକରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନୂଆପଡ଼ା ନ୍ୟାୟାଳୟ ପରିସରରେ ଅନୁଷ୍ଠିତ ପ୍ରତିଯୋଗିତାରେ ୫୦ ଜଣ, ଖରିଆର ରେ ୧୫ ଜଣ, ସିନାପାଲିରେ ୧୪ ଜଣ ଓ ବୋଡ଼େନରେ ୨୨ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନୂଆପଡ଼ାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଖରିଆରରେ ବରିଷ୍ଠ ଦେୱାନୀ ବିଚାରପତି ଇଶା ପତି, ସିନାପାଲିରେ ଜେ.ଏମ୍.ଏଫ୍.ସି ପ୍ରଜ୍ଞା ପରମିତା ମାହାନ୍ତି ଏବଂ ବୋଡେନରେ ଜେ.ଏମ୍.ଏଫ୍.ସି ପଲ୍ଲବି ଦାସ ପ୍ରମୁଖ ପ୍ରତିଯୋଗିତାର ପରିଚାଳନା କରିଥିଲେ । ସର୍ବଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାରରୂପେ ପୁସ୍ତକ ପ୍ରଦାନ କରାଯାଇଥିଲା ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha