Home ରାଜ୍ୟଜିଲ୍ଲା ରେ ଆରମ୍ଭ ହେଲା ସୁସ୍ଥ ନାରୀ,ସଶକ୍ତ ପରିବାର ଅଭିଯାନ।

ଜିଲ୍ଲା ରେ ଆରମ୍ଭ ହେଲା ସୁସ୍ଥ ନାରୀ,ସଶକ୍ତ ପରିବାର ଅଭିଯାନ।

ସ୍ୱଚ୍ଛ, ସୁସ୍ଥ ଏବଂ ସବୁଜ ନୂଆପଡା ଗଠନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସ୍ଵଚ୍ଛତା ହିଁ ସେବା ମାଧ୍ୟମରେ "ସ୍ୱଚ୍ଛ ଉତ୍ସବ " ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାରେ ଆରମ୍ଭ ହେଲା"

by Maraguda Express
0 comments

ନୂଆପଡା -୧୭/୯(ସୁରେନ୍ଦ୍ର ତିୱାରୀ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ୭୫ ତମ ଜନ୍ମ ଦିବସ ଉପଲକ୍ଷେ ସେପ୍ଟେମ୍ବର ୧୭ ରୁ ସମଗ୍ର ଦେଶରେ ଆରମ୍ଭ ହେବାକୁ ଯାଉଛି “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ”।ଏହିକ୍ରମରେ ଆଜି ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଭବ୍ୟ ସମାରୋହର ଅୟୋଜନ ହୋଇଥଲା । ଏଥିରେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ, ଜିଲ୍ଲାପାଳ ମଧୁସୂଦନ ଦାଶ, ରାଜ୍ୟ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁ, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ, ଖରୀଆର ରୋଡ ଏନ ଏ ସି ଅଧ୍ୟକ୍ଷା ଡଃ ସୋନିଆ ଅଗ୍ରୱାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଏ ଡି ଏମ୍ ଓ ଡଃ ଲଲିତ ମୋହନ ବିଶି ପ୍ରମୁଖ ଅତିଥି ରୂପେ ଯୋଗଦାନ କରିଥିଲେ । ସ୍ୱଚ୍ଛ, ସୁସ୍ଥ ଏବଂ ସବୁଜ ନୂଆପଡା ଗଠନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ସ୍ଵଚ୍ଛତା ହିଁ ସେବା ମାଧ୍ୟମରେ “ସ୍ୱଚ୍ଛ ଉତ୍ସବ ” ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଜିଲ୍ଲାରେ ଆରମ୍ଭ ହେଲା ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇନ୍ଦୋରରେ ଉଦଘାଟନ କରିଥିବା କାର୍ଯ୍ୟକ୍ରମ “ସୁସ୍ଥ ନାରୀ, ସଶକ୍ତ ପରିବାର ଅଭିଯାନ” ର ସିଧା ପ୍ରସାରଣ ଏଠାରେ ବଡ ପରଦାରେ ପ୍ରଦର୍ଶୀତ ହୋଇଥିଲା । ଶିବିରରେ ବିଭିନ୍ନ ବୟସର ମହିଳା ମାନଙ୍କ ବ୍ୟାପକ ସ୍ୱାସ୍ଥ୍ୟ ପରୀକ୍ଷା ଯଥା ଉଚ୍ଚ ରକ୍ତଚାପ, ମଧୁମେହ, ମୁଖ କର୍କଟ, ସ୍ତନ କର୍କଟ, ଗର୍ଭାଶୟ କର୍କଟ, ଯକ୍ଷ୍ମା ,ସିକଲ୍ ସେଲ୍ ଏବଂ ଥାଲାସେମିଆ ପାଇଁ ସ୍କ୍ରିନିଂ ଟେଷ୍ଟ ଓ ବୟସ ଉପଯୋଗୀ ଟୀକାକରଣ ସହିତ ପଞ୍ଜୀକରଣ କରାଯାଇଥିଲା । ମହିଳା କମିଶନ ସଦସ୍ୟା ଏବଂ ଜିଲ୍ଲାପାଳ ଉପସ୍ଥିତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉତ୍ସାହିତ କରି ଏହି ଜାତୀୟ ଯୋଜନାକୁ ଜିଲ୍ଲାରେ ଶତ ପ୍ରତିଶତ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ସବୁଜ ସୁନ୍ଦର ସ୍ୱଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ନୂଆପଡା ଜିଲ୍ଲା ଗଠନ ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କ ସହଯୋଗ କାମନା କରିଥିଲେ । ଏହାପରେ ଅତିଥିମାନେ ବିଭିନ୍ନ ୱାର୍ଡ, ଉତ୍କଳ ବାଳାଶ୍ରମ, ୱାନ ଷ୍ଟପ୍ ସଖି କେନ୍ଦ୍ର ପରିଦର୍ଶନ କରିବା ସହିତ ଡାକ୍ତରଖାନା ପରିସରରେ ବୃକ୍ଷ ରୋପଣ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha