31
ନୂଆପଡ଼ା -୧୧/୦୨( ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଅବକାରୀ ବିଭାଗର କାର୍ଯ୍ୟାବଳୀ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବିଶେଷକରି ଗଞ୍ଜେଇ ଓ କଫ୍ ସିରଫ ଚୋରାଚାଲାଣ ରୋକିବାକୁ ସମନ୍ୱିତ ଓ ଦୃଢ଼ ଅଭିଯାନ ଜାରି ରଖିବା ପାଇଁ ଜିଲ୍ଲାପାଳ ଆହ୍ୱାନ କରିଥିଲେ। ଚାଳକମାନଙ୍କ ମଦ୍ୟପାନ କରି ଗାଡ଼ି ଚାଳନାକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଢାବା ଉପରେ ଚଢ଼ାଉ କରିବା ସହ ସମ୍ପର୍କିତ ଅନ୍ୟାନ୍ୟ ବିଭାଗ ସହିତ ସମନ୍ୱୟ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ। ଏହାସହିତ ଅଧିକ ମାମଲା ଚିହ୍ନଟ ପାଇଁ ଗୁଇନ୍ଦା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।କାର୍ଯ୍ୟଦକ୍ଷତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିମାସ ‘ଶ୍ରେଷ୍ଠ ତଦନ୍ତକାରୀ ଅଧିକାରୀ’ଙ୍କୁ ସମ୍ମାନିତ କରାଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ।ଉକ୍ତ ସମୀକ୍ଷା ବୈଠକରେ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।