ବୋଡେ଼ନ -୧୮/୯ (ଜଗତ ରାମ ଦଣ୍ଡ ସେନା) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକର ଖଇରା ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଜସ୍ଵଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପଞ୍ଚସ୍ତରୀ ଜନ୍ମଦିନ ଉପଲକ୍ଷେ “ଏକ ପେଡ ମାଆ କେ ନାମ” ରେ ହାଇସ୍କୁଲ ପରିଶର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନେ ଭାଗ ନେଇଥିଲେ। ବିଭିନ୍ନ ପ୍ରକାର ନାନା ଦି ଫଳ ଓ ଔଷଧି ବୃକ୍ଷ ମାନ ଲଗାଯାଇଛି l ସେହିପରି ଖଇରା ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଖଇରା ଉ ପ୍ରା ବିଦ୍ୟାଳୟର ମଙ୍ଗଳ ସିଂ ମାଝୀ, ଏଲ ଆଇ ଟିକେରାମ ମାଝୀ, ଏମ ବି କେ ଲଷ୍ମୀ ବିଭାର, ଅନନ୍ତ ରାମ ମେହେର, ଦିଲ୍ଲୀପ ଦାସ, ତନ୍ମୟ ତାଣ୍ଡି, ହରିହର ମାଝୀ, ହରିହର ସାହୁ, ପ୍ରଦ୍ୟୁଷ ଦାନୀ, ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ ଭାଗ ନେଇଥିଲେ ।ଏଇ ଅବସରରେ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କୁଇଜ୍, ଗୀତ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି ଓ ପୁରସ୍କୃତ କରାଯାଇଛି ।
ଖଇରା ଜନଶକ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଦି ଙ୍କ ଜୟନ୍ତୀ ଉପଲକ୍ଷେ ବୃକ୍ଷ ରୋପଣ
110
previous post