
ନୂଆପଡ଼ା -୧୫/୯ (ସୁରେନ୍ଦ୍ର ତିୱାରୀ ) ନୂଆପଡ଼ା ଜିଲା ଖରିଆର ରୋଡ ଜୋଙ୍କ ଥାନା ପୋଲିସ ସୋମବାର ବିପୁଳ ପରିମାଣ ଗଞ୍ଜେଇ ଜବତ କରି ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡିଘାଇ ଗ୍ରାମ ର ଭାଲୁ ପ୍ରଧାନ (୨୬) ପିତା ବାସୁଦେବ ପ୍ରଧାନ ଓ କୋଦଳା ଥାନା ଫାଶି ଗାଁର ଟୁଲୁ ଦଲେଇ(୨୫) ପିତା ଏନା ଦଳେଇ ବୋଲି ଚିହ୍ନଟ ହୋଇଛି।ନୂଆପଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜୋଙ୍କ ଥାନା ଆଇଆଇସି ପ୍ରଦୀପ କୁମାର ଧରୁଆଙ୍କ ନେତୃତ୍ୱରେ ଏକ ଟିମ୍ ସହରରେ ପାଟ୍ରୋଲିଂ କରୁଥିବା ସମୟରେ ଖରିଆର ରୋଡ ଜଳାରାମ ଲଜ୍ ସମ୍ମୁଖରେ ସନ୍ଦିଗ୍ଧ ରୁପେ ବ୍ୟାଗ୍ ଧରିଥିବା ଉପରୋକ୍ତ ୨ ଯୁବକଙ୍କୁ ପୋଲିସ ସନ୍ଦେହ କରି ଯାଞ୍ଚ କରିଥିଲା। ପୋଲିସ ବ୍ୟାଗରେ ଥିବା ୯ କିଗ୍ରା ୮୬୮ ଗ୍ରାମ ଗଞ୍ଜେଇ ସହ ଅଭିଯୁକ୍ତଙ୍କଠାରୁ ଦୁଇ ଟି ବ୍ୟାଗ, ଦୁଇ ମୋବାଇଲ ନଗଦ ପାଞ୍ଚ ହଜାର ଟଙ୍କା ଜବତ କରିଥିଲେ। ଏ ସମ୍ପର୍କ ରେ ଜୋଙ୍କ ଥାନାରେ ଏକ ମାମଲା କେସ ନମ୍ବର – ୧୮୮, ୧୫ ସେପ୍ଟେମ୍ବର ୨୦୨୫, ଏନଡିପିଏସ ଧାରା ରେ ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଳାଣ କରାଯାଇଥିବା ଜୋଙ୍କ ଥାନା ଆଇଆଇସି ପ୍ରଦୀପ କୁମାର ଧରୁଆ ସୂଚନା ପ୍ରଦାନ କରିଛନ୍ତି।
ଜୋଙ୍କ ଥାନା: ଗଞ୍ଜେଇ ଜବତ ଅଭିଯୁକ୍ତ ଗିରଫ।
62