ନୂଆପଡ଼ା -୧୦/୮ (ସୁରେନ୍ଦ୍ର ତିୱାରୀ) ଜୋଙ୍କ ଥାନା ଖରିଆର ରୋଡ ପକ୍ଷ ରୁ ଗୁରୁବାର ରାତ୍ରୀ ପେଟ୍ରୋଲିଂ ଗସ୍ତ ରେ ଯାଉଥିବା ବେଳେ ବିଶେଶ ସୂତ୍ରରୁ ଖବର ପାଇ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇ ମୋବାଇଲ୍, ତାସ ପତ୍ର , ତିନ ଟି ବାଇକ, ଗୋଟିଏ ସ୍କୁଟି ଓ ୩୯ ହଜାର ୯ ସହ ଟଙ୍କା ଜବତ୍ କରି ତିନ ଜୁଆଡ଼ି ଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଆଇଆଇସି ପ୍ରଦୀପ କୁମାର ଧରୁଆଙ୍କ ସୂଚନାମତେ, ଘଟଣା ସ୍ଥଳରୁ ତାସ ୫୨ ପତ୍ର ଓ, ମୋବାଇଲ୍, ତିନ ଗୋଟି ବାଇକ ଓ ସ୍କୁଟି ( ବାଇକ -ହୋଣ୍ଡା ସାଇନ୍ CG -06-GM-2474, ହିରୋ ହୋଣ୍ଡା ସ୍ପେଣ୍ଡର CG- 04-DZ-8123, ହଙ୍କ ବିୟରିଂ JH- 05-U-9332 , ହୋଣ୍ଡା ଏକ୍ଟିଭା ସ୍କୁଟି OD -26-E- 8488) ଓ ୩୯ ହଜାର ୯ ସହ ଟଙ୍କା ସହ ଜୁଆଡି ୱାର୍ଡ଼ ନମ୍ବର ୨ ନିବାସୀ ରାଜେଶ କେଉଟ (୨୬) ,ୱାର୍ଡ଼ ନମ୍ବର ୩ ନିବାସୀ ଜୟ ଶଙ୍କର ଜଗତ (୨୧) ଓ ୱାର୍ଡ଼ ନମ୍ବର ୧୮ ନିବାସୀ ମୁକେଶ ସେନ ଙ୍କୁ ଚିହ୍ନଟ କରି ଗିରଫ କରିଥିଲେ। ଏ ସମସ୍ତେ ଖରିଆର ରୋଡ ଏନଏସି ବାସିନ୍ଦା ଅଟନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ମୁକେଶ ସେନ ପୁର୍ବରୁ ମଧ୍ୟ ଦୁଇ ଥର ଜୁଆ କେସ ରେ ଧରାପଡ଼ିଛି। ଜୋଙ୍କ ଥାନା କେସ ନମ୍ୱର -୧୬୪, ୮ /୮/୨୦୨୫, ବିଏନଏସ ଧାରା ୟୁ/ଏସ ୧୧୧(୪)୧୧୨(୨) ଆର. ଡବ୍ଲ୍ୟୁ. ୩ ଓପିଜି ଧାରା ରେ ତିନ ଯୁଆଡି ଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଜୋଙ୍କ ଥାନା : ମୋବାଇଲ, ବାଇକ ଓ ଟଙ୍କା ଜବତ,ତିନ ଯୁଆଡ଼ି ଗିରଫ।
50
previous post