ନୂଆପଡ଼ା -୧୦/୧(ସୁରେନ୍ଦ୍ର ତିୱାରୀ) ଜୋଙ୍କ ପୋଲିସ୍ ଦ୍ଵାରା ଦୁଇ ଗଞ୍ଜେଇ ମାଫିଆ ଗିରଫ ଓ ଆଠ କେଜି ଗଞ୍ଜେଇ ଜବତ। ପ୍ରାପ୍ତ ଖବର ରୁ ପ୍ରକାଶ ଯେ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ପୋଲିସ୍ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ଠାରୁ ଗଞ୍ଜେଇ ଧରି ମହାରାଷ୍ଟ୍ର ରାଜ୍ୟ କୁ ଚାଲାଣ କରିବା ପାଇଁ ଦୁଇ ବ୍ୟକ୍ତି ନିଲେଶ ଆତ୍ମାରାମ ଦାଦମଲ(୩୫) ପିତା ଆତ୍ମାରାମ ଦାଦମଲ୍, ଚାପାପୁର, କୋରା ଜିଲ୍ଲା- ୱାରଧା, ମହାରାଷ୍ଟ୍ର ଓ ଜୟରାମ ନାଗ (୩୫) କଣ୍ଟାବାଞ୍ଜି ଜିଲ୍ଲା ବଲାଙ୍ଗୀର ଏ ଦୁହେଁ ପଞ୍ଜାବୀପଡ଼ା ଖରିଆର ରୋଡ ନିକଟ ରେ ଯାଉଥିବା ବେଳେ ଜୋଙ୍କ ପୋଲିସ୍ ଧରିବା ରେ ସଫଳ ହେଇଥିଲେ। ତାଙ୍କ ଠାରୁ ୮ କେଜି ୧ ସହ ୬୬ ଗ୍ରାମ ଗଞ୍ଜେଇ ଓ ଦୁଇ ଗୋଟି ମୋବାଇଲ୍ ଫୋନ ଜବତ୍ କରାଯାଇ ତାଙ୍କ ବିରୁଦ୍ଧ ରେ ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗ ରେ ଏନଡିପିଏସ ଆକ୍ଟ ମାମଲା ରେ କେସ ନମ୍ୱର – ୦୮/୨୦୨୬ ରୁଜୁ କରି ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଜୋଙ୍କ ପୋଲିସ ଷ୍ଟେସନ ଆଇଆଇସି ପ୍ରଦୀପ କୁମାର ଧରୁଆ ସୂଚନା ପ୍ରଦାନ କରିଛନ୍ତି ।


